ଭବାନୀପାଟଣା, ୦୯/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସହର ମନ୍ଦାର ବଗିଚା ପଡା ଦର୍ପଣ ସାଗର ନିକଟରେ ପ୍ରଥମ ନାଇଟ୍ ମାଁ ଗଙ୍ଗାଦିବୁଡି ସାର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭ ଉଦଘାଟନ ହୋଇଯାଇଛି । ଏହି ରାତ୍ରୀକାଳୀନ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଥିବା ବେଳେ 7 ତାରିଖ ରୁ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବ । ଉଦଘାଟନୀ ଦିବସରେ ପ୍ରଥମେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିଅମ ରେ ଥିବା ମାଁ ଗଙ୍ଗାଦିବୁଡୀ ମନ୍ଦିର ରୁ ଏକ ମସାଲ ଯାତ୍ରା ବାହାରି ପରିକ୍ରମା କରିବା ପରେ ଟୁର୍ଣ୍ଣାମେଣ୍ଟ ସ୍ଥଳରେ ପହଞ୍ଚିଥିଲା । ପ୍ରଥମ ଉଦଘାଟନୀ ଦିବସରେ ମୁଖ୍ଯ ଅତିଥି ଭାବରେ 19 ନମ୍ବର ୱାର୍ଡ ର କାଉନସିଲର ପ୍ରସାନ୍ତ ଠାକୁର, 20 ନମ୍ବର ୱାର୍ଡ କାଉନସିଲର ପ୍ରମିତ ସିଂ, 6 ନମ୍ବର ୱାର୍ଡ କାଉନସିଲର ଭୁବନେ ବାଗ ପ୍ରମୁଖ ଯୋଗ ଦେଇ ଏହି ରାତ୍ରୀକାଳୀନ ଟୁର୍ଣ୍ଣାମେଣ୍ଟ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରତିଦିନ ସଂଧ୍ୟା ରେ ତିନୋଟି ଲେଖାଏ ମ୍ୟାଚ ସ୍ଥିର କରାଯାଇଥିବା ବେଳେ ଆଜିର ପ୍ରଥମ ମ୍ୟାଚ ବାଜିଗର ବନାମ ରୋମିଓ 7 ମଧ୍ଯରେ ଅନୁଷ୍ଠିତ ହୋଇଥିବା ବେଳେ ବାଜିଗର 116 ରନ ମାରି ବିଜୟଲାଭ କରିଥିଲା । ଦୁତୀୟ ମ୍ୟାଚ ଦେ ଗାଁ ବନାମ ଖୁସବୁ 7 ମଧ୍ଯ ରେ ହୋଇଥିଲା ଓ ଦୁତୀୟ ମ୍ୟାଚ ଦେ ଗାଁ 8 ଓଭର 85 ରନ କରି ବିଜୟଲାଭ ହୋଇଥିଲା ।