Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦିଙ୍କ ମିଥ୍ୟା ପ୍ରତିଶ୍ରୁତି ରେ ଭୁଲି ଯାଅ ନାହି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲା କଂଗ୍ରେସ କମିଟି ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ

ଭବାନୀପାଟଣା, ୧୦/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲା କଂଗ୍ରେସ କମିଟି ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ ପ୍ରକାଶ କରିଛନ୍ତି ଯେ ପ୍ରଗମନ ଆପ ୱେବସାଇଟ୍ ରେ ଆଶାୟୀ ପ୍ରାର୍ଥୀଙ୍କ ଆବେଦନ ସହ ସାଧାରଣ ରୁ ସାଧାରଣ ଲୋକେ ସଭ୍ଯ ପାଇଁ ଆବେଦନ କରିପାରିବେ. ସାଥୀ ଡଟ କମ ୱେବସାଇଟ୍ ମାଧ୍ୟମ ରେ ବୁଥ୍ ସ୍ତରରେ ସଭ୍ଯ ମାନଙ୍କୁ ସାମିଲ୍ କରିବା ପାଇଁ ପ୍ରଚେଷ୍ଟା ଚାଲିଛି. ଅଖିଳ ଭାରତ କଂଗ୍ରେସ କମିଟି ତରଫରୁ ଓଡ଼ିଶାର ଭୁବନେଶ୍ଵର ଓ ଭବାନୀପାଟଣା ରେ 2 ଗୋଟି ନିର୍ବାଚନ ପରିଚାଳନା କେନ୍ଦ୍ର କରାଯାଇଛି. ଭବାନୀପାଟଣା କେନ୍ଦ୍ର ଅଧୀନରେ କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗିର, ବରଗଡ ସଂସଦୀୟ କ୍ଷେତ୍ର ରହିବ. ନିର୍ବାଚନ ପର୍ୟ୍ୟନ୍ତ କେନ୍ଦ୍ରୀୟ ନେତୃ ମଣ୍ଡଳୀ ଏହି ସବୁ ସଂସଦୀୟ କ୍ଷେତ୍ର ଆସି ତଦାରଖ କରିବେ ବୋଲି ପ୍ରକାଶ କରିଥିଲେ. କଂଗ୍ରେସ ସରକାର ସମୟରେ ଜଙ୍ଗଲ ଅଧିକାର ଆଇନ୍ 2006 କୁ ଏବର କେନ୍ଦ୍ର ଓ ରାଜ୍ୟ ସରକାର ପାଳନ ନ କରି ଆଦିବାସୀ ଙ୍କ ହକ୍ କୁ କୁଠାରଘାତ କରୁଛନ୍ତି 2006 ଆଇନ୍ କୁ କାର୍ୟକାରୀ ପାଇଁ ଆଦିବାସୀ ନେତା ପରମା ମାଝୀ ଦାବୀ କରିଛନ୍ତି. ଜିଲା ଉପ ସଭାପତି ଉଛବ ସାହୁ କହିଥିଲେ କେନ୍ଦ୍ର ର ମୋଦୀ ସରକାର ଙ୍କ ମିଥ୍ୟା ଧୂଆଁ ବାଣ କଥାକୁ ବିଶ୍ବାସ କରିବା ନାହିଁ. ସୁଇସ୍ ବ୍ୟାଙ୍କ୍ ରୁ କଳା ଟଙ୍କା ଜବତ କରିବା,ଏବଂ ଦେଶର ବେକାରୀ ସମସ୍ୟା ଦୂର ପାଇଁ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା. ଏଭଳି ମିଥ୍ୟା ପ୍ରତିଶ୍ରୁତି ଗୁଡିକ ନିର୍ବାଚନ ଆସିଲେ ତାଙ୍କର ମନେ ପଡିଥାଏ. ଏଭଳି ମିଥ୍ୟା ପ୍ରତିଶ୍ରୁତି ବ୍ୟକ୍ତିଙ୍କୁ ଆଗାମୀ ନିର୍ବାଚନରେ ଉଚିତ୍ ଜାବାବ ଦେବାକୁ ଆହ୍ଵାନ ଦେଇଥିଲେ. ଭୋଟ କେନ୍ଦ୍ର ଗୁଡିକ ଗ୍ରାମ ଗୁଡିକ ଠାରୁ ନିକଟତର କରିବାକୁ ପ୍ରସ୍ତାବ ଦିଆଯାଇଥିଲେ ବି ଏକ ରୁ ଦୁଇ କିଲୋମିଟର ଦୂରରେ କରିଥିବାରୁ ମତଦାନ ହାର ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ବୋଲି କହିଥିଲେ. ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ , ଜିଲା ସାଧାରଣ ସମ୍ପାଦକ ସରୋଜ ବାଗ, ଚନ୍ଦ୍ର ଶେଖର ଯୋଶୀ, ସମ୍ପାଦକ ପ୍ରୀତମ ବେହେରା, ସଦର ବ୍ଲକ ସଭାପତି ସୁବାସ ପ୍ରଧାନ, ଥୁଆମୂଳ ରାମପୁର ବ୍ଲକ ସଭାପତି ଜଳନ୍ଧର ନାୟକ ପ୍ରମୂଖ ଉପସ୍ଥିତ ଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ