Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନିଷି ଗାଁ ଛକ ରେଟ୍ରକ ଧକ୍କାରେ ମୋଟରସାଇକେଲ ଚାଳକ ମୃତ୍ୟୁ।ଗ୍ରାମବାସୀ ଙ୍କ ଜାତୀୟ ରାଜପଥ ରେ ଓଭରବ୍ରିଜ ନିର୍ମାଣ ଦାବିରେ ରାଜପଥ ଅବରୋଧ।

ଗୋପାଳପୁର,୧୦/୦୩
ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ତଥା କନିଷି ଗାଁ ଛକ ଠାରେ ଏକ ମୋଟରସାଇକେଲ କୁ ପଛପଟୁ ଏକ ଟ୍ରକ ଧକ୍କା ଦେବାରୁ ମୋଟରସାଇକେଲ ଚାଳକ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଜଣା ପଡିନଥିବା ବେଳେ କନିଷି ଗାଁ ସମ୍ମୁଖ ଜାତୀୟ ରାଜପଥରେ ତୁରନ୍ତ ଓଭରବ୍ରିଜ ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି।ଆଜି ରାତି ପ୍ରାୟ ୮ ଟା ବେଳେ କନିଷି ଗାଁ ଛକ ଠାରେ ଦୁଇଟି ସ୍କୁଟି ମଧ୍ୟରେ ସାମାନ୍ୟ ଦୁର୍ଘଟଣା ଘଟିବା ଉଭୟ ଚାଳକ ରାଜପଥ ଉପରେ ଠିଆ ହୋଇ ଗଣ୍ଡଗୋଳ କରୁଥିଲେ।ଏହି ସମୟରେ ବ୍ରହ୍ମପୁର ପଟୁ ଗୋଳନ୍ଥରା ଆଡ଼କୁ ଯାଉଥିବା ମୋଟରସାଇକେଲ ( ଓ ଡି ୦୭ ଏ ଏନ ୮୬୯୨) ଠିଆ ହୋଇ ଦେଖିଥିବା ସମୟରେ ପଛପଟୁ ଦୃତଗାମୀ ଏକ‌‌ଟ୍ରକ(ଏ ପି ୩୦ ୟାଇ ୫୫୫୮) ଧକ୍କା ଦେଇଥିଲା। ଫଳରେ ମୋଟରସାଇକେଲ ରେ ଥିବା ଚାଳକ ଜଣଙ୍କ ଛିଟିକି ରାସ୍ତା ଉପରେ ପଡ଼ିବା ସହ ରକ୍ତାକ୍ତ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ।ଘଟଣା ଘଟିବା ପରେ କନିଷି ଗାଁ ର ଶତାଧିକ ଲୋକ ଜାତୀୟ ରାଜପଥ ରେ ପହଞ୍ଚି ଜାତୀୟ ରାଜପଥ ଅବରୋଧ କରିବା ସହ ତୁଳନା ଓଭରବ୍ରିଜ ନିର୍ମାଣ କରିବାକୁ ଦାବି ଜଣାଇଛନ୍ତି। ଅଭିଯୋଗ ଅନୁଯାୟୀ ଗତ ଏକ ସପ୍ତାହ ରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଦୁର୍ଘଟଣା ଘଟି ଅନେକ ଖଣ୍ଡିଆ ଖବର ହୋଇଥିବା ବେଳେ ବହୁବାର ପ୍ରଶାସନ ସମେତ ଜାତୀୟ ରାଜପଥ କର୍ତୃପକ୍ଷ ଙ୍କୁ ଦାବି ଜଣାଇଲେ ମଧ୍ୟ କୌଣସି କ୍ରିୟାନୁଷ୍ଠାନ ହେଉନଥିବାରୁ ବାଧ୍ୟ ହୋଇ ରାଜପଥ ଅବରୋଧ କରିଥିବା ପ୍ରକାଶ କରିଛନ୍ତି। ଜାତୀୟ ରାଜପଥ ଅବରୋଧ ଯୋଗୁଁ ରାଜପଥର ଉଭୟ ପଟେ ଶତାଧିକ ଗାଡି ମୋଟର ଅଟକି ରହିବା ସହ ରାଜପଥ ଯାମ ହୋଇଯାଇଥିବା ଦେଖିବାକୁ ମିଳିଛି।ଖବର ଲେଖା ହେବା ସୁଦ୍ଧା ଘଟଣା ସ୍ଥଳରେ ପୁଲିସ ପହଞ୍ଚି ନଥିବା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories