Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଳବ ରୋଡରୁ ସେକ୍ସ୍ ରାକେଟ ଠାବ।ରାଣୀ ମହୁମାଛି ସମେତ ୫ ଗିରଫ।ଜବତ ଡାଏରୀ ରୁ ଖୋଲିବ ଗୁମର।

ଗୋପାଳପୁର,୧୦/୦୩
ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ରୋଡର ୬ ଷ୍ଠ ଲେନର ଏକ ଭଡ଼ା ଘର ଏକ ମାସ ଧରି ଚାଲିଥିବା ଏକ ସେକ୍ସ୍ ରାକେଟ କୁ ପୁଲିସ ଠାବ କରିବାରେ ସକ୍ଷମ ହେବା ସହ ରାଣୀ ମହୁମାଛି ସମେତ ୨ ଗ୍ରାହକ ଓ ଦୁଇ ମହିଳା ଦେହଜୀବୀ କୁ ପୁଲିସ ଗିରଫ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଭଞ୍ଜନଗର ମାନ ସାହି ନିବାସୀ ସାଗରିକା ପଣ୍ଡା (୫୫) ,ସୋରଡ଼ା ଥାନା ଅନ୍ତର୍ଗତ ସୋରଡ଼ା ର ପଦ୍ମନାଭ ସାହୁ (୫୨) ଓ ସୋରଡ଼ା ଥାନା ଅନ୍ତର୍ଗତ ଖାରିଆଗୁଡା ର ଆଲୋକ କୁମାର ଗୁରୁ (୨୪) ବୋଲି ପୁଲିସ ସୂଚନା ଦେଇଛି।ଏହା ସହ ଘର ପରିସରରୁ ୨୧,୧୦୦ ଟଙ୍କା ଜବତ ସହ ୩ ଟି ମୋବାଇଲ ଏବଂ ବ୍ୟବହୃତ ଓ ଅବ୍ୟବହୃତ କଣ୍ଡୋମ୍ କୁ ପୁଲିସ ଜବତ କରିଛି। ଅଭିଯୁକ୍ତ ରାଣୀ ମହୁ ମାଛି ସମେତ ଦୁଇ ମହିଳା ଓ ଦୁଇ ଗ୍ରାହକ ଙ୍କ ମେଡିକାଲ ପରୀକ୍ଷା ପରେ ରାଣୀ ମହୁମାଛି ଓ ୨ ଗ୍ରାହକଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ଦୁଇ ଯୁବତୀଙ୍କୁ ଆଶ୍ରୟସ୍ଥଳୀ କୁ ପଠାଇ ଦିଆଯାଇଥିବା ଜଣାପଡିଛି। ଶନିବାର ସନ୍ଧ୍ୟା ରେ ଗୋଳନ୍ଥରା ଥାନାରେ ନୂତନ ଭାବେ ଥାନା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବିବେକାନନ୍ଦ ସ୍ବାଇଁ ଙ୍କୁ ଏକ‌ ବିଶ୍ଵସ୍ତ ସୁତ୍ରରୁ ରାଳବ ରୋଡର ଏକ ଭଡ଼ା ଘରେ ଦେହ ବ୍ୟବସାୟ ଚାଲିଥିବା ଖବର ମିଳିଥିଲା। ଖବର କୁ ଆଧାର କରି ନିଜେ ଆଇଆଇସି ଶ୍ରୀ ସ୍ବାଇଁ ଏକ ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ କରି ରାଳବ ରୋଡର ୬ ଷ୍ଠ ଲେନର ରାକେଶ ପାତ୍ର ଙ୍କ ଘର ଉପରେ ଚଢ଼ାଉ କରିବା ସମୟରେ ଘର ମଧ୍ୟରୁ ଦୁଇ ଗ୍ରାହକ ସହ ଦୁଇଜଣ ଦେହ ବ୍ୟବସାୟୀ ଙ୍କୁ ପୁଲିସ ଗିରଫ କରିଥିଲା। ତଦନ୍ତ ସମୟରେ ରାଣୀ ମହୁମାଛି ସାଗରିକା ପଣ୍ଡା ଗତ ଏକ ମାସ ତଳେ ଏହି ଘରକୁ ମାସକୁ ୭ ହଜାର ଟଙ୍କା ଭଡ଼ାରେ ରାକେଶ ଙ୍କୁ ଠାରୁ ନେଇଥିଲେ। ସେଠାରେ ସେ ଏହି ରାକେଟ କୁ ଚଳାଇ ଆସୁଥିଲେ। ପୂର୍ବରୁ ମଧ୍ୟ ମହିଳା ଜଣଙ୍କ ବିଭିନ୍ନ ଅଞ୍ଚଳରେ ଏପରି ରାକେଟ ଚଳାଇବା ସହ ପୁଲିସ ର ଚଢ଼ାଉ ପରେ ସ୍ଥାନ ବଦଳାଇ ନିଜର ବେପାର କରି ଆସୁଥିଲେ। ପୁଲିସ ପକ୍ଷରୁ ଯାଞ୍ଚ ସମୟରେ ସାଗରିକା ଙ୍କ ଠାରୁ ଏକ ଡାଇରୀ ଜବତ କରିବା ବେଳେ ସେଥିରେ ଅନେକ ଗ୍ରାହକ ସମେତ ସେମାନଙ୍କ ମୋବାଇଲ ନଂ ସହ ଦେହ ଜିବୀ ଙ୍କ ଫୋନ ନମ୍ବର ରହିଥିବା ଜଣାପଡିଛି। ପୁଲିସ ପକ୍ଷରୁ ଏହା ତଦନ୍ତ ଚାଲିଥିବା ବେଳେ ଜବତ ଡାଇରୀ ଦେହ ବ୍ୟବସାୟ ର ଅନେକ ଗୁମର ଖୋଲିବ ବୋଲି ଆଲୋଚନା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories