Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁପାଲି 56 ପ୍ରହର ବିଶ୍ଵଶାନ୍ତି ନାମଯଜ୍ଞ ପାଇଁ 3000 ରୁ ଉର୍ଦ୍ଧ୍ବ ମହିଳା ସାମିଲ ହେଲେ କଳସ ଶୋଭାଯାତ୍ରା ରେ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କେନ୍ଦୁପାଲି ଗ୍ରାମରେ ହେବାକୁ ଥିବା 56 ପ୍ରହର ନାମଯଜ୍ଞ ପାଇଁ ଆଜି ଏକ ବିରାଟ ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସର ରୁ ପୂଜାର୍ଚ୍ଚନା ପୂର୍ବକ ବାହାରି ପ୍ରାୟ ଦୁଇ କି. ମି.ରାସ୍ତା ଅତିକ୍ରମ କରି ଯଜ୍ଞ ମଣ୍ଡପ ରେ ପହଁଚି ଥିଲା l ମଙ୍ଗଳବାର ସକାଳ 9 ଘଣ୍ଟା ସମୟରେ ତିନି ହଜାର ରୁ ଉର୍ଦ୍ଧ୍ଵ ମହିଳା ଗଙ୍ଗା ଜଳ କଳସରେ ଧରି ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ , ମୁଖ୍ୟ ଛକ , ଟାଙ୍ଗରପାଲି ହନୁମାନ ଛକ ଦେଇ ଶୋଭାଯାତ୍ରାରେ ବାହାରି ଥିଲେ I ହରିବୋଲ ହୁଳହୁଳି ସହିତ ଘଣ୍ଟ ଶଙ୍ଖ ଶବ୍ଦରେ ଚାରିଆଡ଼ ମୁଖରିତ ହୋଇ ଉଠିଥିଲା l ବୁଧବାର ଠାରୁ ନାମ ଯଜ୍ଞ ଆରମ୍ଭ (ଅଧିବାସ) ହୋଇ ସାତ ଦିନ ଧରି ହେବାକୁଥିବା ବେଳେ ଏ ଉପଲକ୍ଷେ ଭାଗବତ ସପ୍ତାହ ପାରାୟଣ , ବିଶିଷ୍ଟ ପ୍ରବଚକ ଙ୍କ ଦ୍ଵାରା ପ୍ରବଚନ କାର୍ଯ୍ଯକ୍ରମ , ଭଜନ ସମାରୋହ ଆଦି ବହୁ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ ରହିଥିବା ପ୍ରକାଶ I ଏ ଉପଲକ୍ଷେ ବିଭିନ୍ନ ସ୍ଥାନରୁ ଆସିଥିବା ଭିନ୍ନ ଭିନ୍ନ ଦୋକାନ ବଜାର ସାଙ୍ଗକୁ ମୀନାବଜାର ଆଦି ପସରା ମେଲାଇ ଥିବା ଦେଖାଦେଇଛି I ଲକ୍ଷାଧିକ ଲୋକ ସମାଗମକୁ ଦୃଷ୍ଟିରେରଖି ସମସ୍ତଙ୍କ ପାଇଁ ଅନ୍ନପ୍ରସାଦ ର ବ୍ୟବସ୍ଥା (ହରିହାଟ) କରିବା ସହ ମେଳାର ବିଭିନ୍ନ ସ୍ଥାନ ମାନଙ୍କରେ ପିଇବା ପାଇଁ ପାନୀୟ ଜଳ ର ସୁବ୍ୟବସ୍ଥା କରାଯାଇଛି l ଏହା ସହିତ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା , ଆସୁ ଚିକିତ୍ସା ପାଇଁ ଫାଷ୍ଟଏଡ ସେଣ୍ଟର , ଦମକଳବାହିନୀ ଆଦି ସଜାଗ ରହିବେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ