Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମାଜିକ ଗଣ ମାଧ୍ୟମରେ ମହିଳାଙ୍କ ସହ ପ୍ରେମ ସମ୍ପର୍କ।ଅଶ୍ଳିଳ ଫୋଟ ଭାଇରାଲ ଧମକ ସହ ଟଙ୍କା ଦାବି ମାମଲାରେ କନିଷି ର ଯୁବକ ଗିରଫ।

ଗୋପାଳପୁର,୧୩/୦୩
ଢେଙ୍କାନାଳ ଜିଲ୍ଲା ମଟାଙ୍ଗି ଥାନା ଅନ୍ତର୍ଗତ ସେରା ମଣ୍ଡଳୀ ଗ୍ରାମର ଜୈନିକ ମହିଳାଙ୍କ ସହ ସାମାଜିକ ଗଣ ମାଧ୍ୟମରେ ପ୍ରଥମେ ପ୍ରେମ ପରେ ଅଶ୍ଳିଳ ଫୋଟ ଭାଇରାଲ ଧମକ ସହ ଟଙ୍କା ଦାବି ମାମଲାରେ ଆଜି ପୁଲିସ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଗ୍ରାମର ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ କନିଷି ଗାଁ ର ବିକ୍ରମ ଦଳାଇ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ଗତ କିଛି ମାସ ତଳେ ବିକ୍ରମ ସେରା ମଣ୍ଡଳୀ ର ଜୈନିକ ଯୁବତୀଙ୍କ ସହ ଭାବର ଆଦାନପ୍ରଦାନ ପରେ ପ୍ରେମ ସମ୍ପର୍କ ଗଢିଥିଲା।ପରେ ହ୍ବାଟସ ଆପରେ ମହିଳାଙ୍କ ସହ କଥାବାର୍ତ୍ତା ବେଳେ କେତେକ ଅଶ୍ମିଳ ଲୋକ କୁ ସେଭ୍ କରିବା ପରେ ତାଙ୍କୁ ବ୍ଲାକ ମେଲ ଆରମ୍ଭ କରିଥିଲେ। ଏହାକୁ ଆଳ କରି ବିକ୍ରମ ମହିଳାଙ୍କୁ ଟଙ୍କା ନଂ ଦେଲେ ଫୋଟ ଗୁଡ଼ିକୁ ସାମାଜିକ ଗଣ ମାଧ୍ୟମରେ ଛାଡି ଦେବାକୁ ଧମକ ଦେଇଥିଲେ।ଯାହା ଫଳରେ ମହିଳା ଜଣଙ୍କ ପ୍ରଥମେ ଫୋନ୍ ପେ ମାଧ୍ୟମରେ ବିକ୍ରମ କୁ ୧୦ ହଜାର ଟଙ୍କା ପଠାଇ ଥିଲେ। କିନ୍ତୁ ଏହା ପରେ ମଧ୍ୟ ବିକ୍ରମ ମହିଳା ଜଣଙ୍କୁ ଆହୁରି ଟଙ୍କା ଦେବାକୁ ଧମକ ଦେବା ଆରମ୍ଭ କରିଦେଇଥିଲେ। ଯାହାକୁ ନେଇ ମହିଳା ଙ୍କ ପକ୍ଷରୁ ମଟାଙ୍ଗି ଥାନାରେ ଲିଖିତ ଅଭିଯୋଗ କରା ଯାଇଥିଲା। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୮୩/୨୪ ରେ ଏକ ମାମଲା ରୁଜୁ କରି ଯିବା ସହ ଗୋଳନ୍ଥରା ଥାନା ସହ ଯୋଗାଯୋଗ କରା ଯାଇଥିଲା।ଆଜି ସକାଳେ ମଟାଙ୍ଗି ଥାନା ର ଏକ ପୁଲିସ ଟିମ୍ ଗୋଳନ୍ଥରା ଥାନାରେ ପହଞ୍ଚିବା ପରେ ବିକ୍ରମ ଙ୍କ ମୋବାଇଲ ଫୋନ ଟ୍ରାକାଙ୍ଗି କରି କନିଷି ଗାଁ ରୁ ଗିରଫ କରି ପଟାଙ୍ଗି ପୁଲିସ ଟିମକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories