Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୁପ୍ରାରୋଡ ରେଳ ଷ୍ଟେସନରେ ପାନୀୟ ଜଳର ଉତ୍କଟ ସମସ୍ୟା

କଳାହାଣ୍ଡି, ୧୪/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ରେଳଷ୍ଟେସନ ପ୍ଲାଟଫର୍ମ ରେ ପାନୀୟ ଜଳର ବ୍ୟବସ୍ଥା ନ ଥିବାରୁ ଯାତ୍ରୀ ମାନେ ତୃଷ୍ଣା ରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ପ୍ରାପ୍ତ ସୂଚନା ଅନୁଯାୟୀ ଏହି ପ୍ଲାଟଫର୍ମ ରେ ପାଣି ପୋଷ୍ଟ ରେ ବର୍ଷ ବର୍ଷ ଧରି ପାଣି ଆସୁନାହି ରେଳ ବିଭାଗ ପକ୍ଷରୁ ମଧ୍ୟ କୌଣସି ପାନୀୟ ଜଳର ବ୍ୟବସ୍ଥା ନ ଥିବା ବେଳେ ଧର୍ମ କୁ ଆଖିଠାର ଭଳି ଗୋଟିଏ ମାତ୍ର ନଳକୂପ ତାହା ଦୀର୍ଘ ପାଞ୍ଚ ଦିନ ରୁ ଉର୍ଦ୍ଧ୍ବ ସମୟ ଧରି ଅଚଳ ହୋଇପଡିରହିଛି ,ଏପଟେ ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ରେ କଲବଲ ହେଉଥିବା ଯାତ୍ରୀ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି।ଏଥିପ୍ରତି ରେଳ ବିଭାଗ ଉଚ୍ଚ କତୃପକ୍ଷଙ୍କ କାହାରି ନଜର ନ ଥିବା ଭଳି ମନେ ହୁଏ ଏଭଳି ସମସ୍ୟା କୁ ନେଇ ରପ୍ରାରୋଡ ଷ୍ଟେସନ ମାଷ୍ଟର କୁ ପଚାରିବାରୁ ଆମେ ବିଭାଗ କୁ ଲିଖିତ ଭାବରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରକାର ସମାଧାନ ହୋଇ ନ ଥିବା ପ୍ରକାଶ କରିଛନ୍ତି ଏଣୁ ଯାତ୍ରୀ ମାନଙ୍କ ସ୍ବାର୍ଥ କୁ ଆଖି ଆଗରେ ରଖି ଯଥା ଶୀଘ୍ର ରୁପ୍ରରୋଡ ରେଳ ଷ୍ଟେସନ ରେ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ