ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଶନିବାର ତାରିଖ ଘୋଷଣା କରାଯିବ । ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯିବ । ଏଥିପାଇଁ ଆସନ୍ତାକାଲି ଅପରାହ୍ଣ ୩ଟାରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯିବ । କେଉଁ ଦିନ ମତଦାନ, କେଉଁ ଦିନ ଭୋଟ୍ ଗଣତି ଏବଂ ନାମାଙ୍କନ ପତ୍ର ଦାଖଲ ତାରିଖ ଓ ପ୍ରତ୍ୟାହାର ତାରିଖ ସମସ୍ତ ବିସ୍ତୃତ ବିବରଣୀ ଦିଆଯିବ ।
ଇସିଙ୍କ କାର୍ଯ୍ୟସୂଚୀ ଅନୁସାରେ ଲୋକସଭା ନିର୍ବାଚନ ୨୦୨୪ ସହ କିଛି ରାଜ୍ୟର ବିଧାନସଭା ତାରିଖ, କେତୋଟି ପର୍ଯ୍ୟାୟରେ ହେବ ମତଦାନ ତାର ବିସ୍ତୃତ ସୂଚନା ଆସନ୍ତାକାଲି ଘୋଷଣା କରାଯିବ । ନିର୍ବାଚନ ତାରିଖ ଘୋଷଣା ହେବା ସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ । ଏହି କାରଣରୁ ସରକାର କୌଣସି ନୂଆ ନିୟମ, ଯୋଜନା କିମ୍ବା ନିଷ୍ପତି ଘୋଷଣା କରି ପରି ପାରିବେ ନାହିଁ ।
ବର୍ତମାନ ଲୋକସଭାର କାର୍ଯ୍ୟକାଳ ୨୦୨୪ ଜୁନ ୧୬ ତାରିଖରେ ସମାପ୍ତ ହେଉଥିବା ବେଳେ ଏହା ପୂର୍ବରୁ ନୂତନ ଲୋକସଭା ଗଠନ ହେବ । ଉଲ୍ଲେଖନୀୟ ୨୦୧୯ ସାଧାରଣ ନିର୍ବାଚନ ତାରିଖ ଘୋଷଣା ମାର୍ଚ୍ଚ ୧୦ରେ ହୋଇଥିଲା । ସେହି ସମୟରେ ଲୋକସଭା ନିର୍ବାଚନ ସାତୋଟି ପର୍ଯ୍ୟାୟରେ କରାଯାଇଥିଲା । ଏପ୍ରିଲ ୧୧ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ମେ ୨୩ରେ ଫଳାଫଳ ପ୍ରକାଶ ପାଇଥିଲା ।
ଲୋକସଭା ନିର୍ବାଚନ ୨୦୨୪ ମଧ୍ୟ ସାତୋଟି ପର୍ଯ୍ୟାୟରେ କରାଯାଇପାରେ ବୋଲି କୁହାଯାଉଛି । ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ଓ ଇଣ୍ଡିଆ ମେଂଟ ମଧ୍ୟରେ ହେବାକୁ ଯାଉଛି । ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ସରକାର ଗଠନ କରିବାକୁ ଅଂଟା ଭିଡିଥିବା ବେଳେ ବିରୋଧୀ କଡା ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ।