Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ଓୟୁଜେ ପକ୍ଷରୁ କଳାବ୍ୟାଚ ପିନ୍ଧି ପ୍ରତିବାଦBବ

ଝାରସୁଗୁଡା ୧୫/୩ (ଓଡ଼ିଶା ନ୍ୟୁଜ) ଓଡ଼ିଶା ସାମ୍ବାଦିକ ୟୁନିୟନ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆଜି ଝାରସୁଗୁଡା ଜିଲ୍ଲା ସାମ୍ବାଦିକ ୟୁନିଅନ ସଭାପତି ରିତେଶ ଶର୍ମାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ କଳାବ୍ୟାଚ ପିନ୍ଧି ବିଭିନ୍ନ ସ୍ଲୋଗାନ ମାନ ଦେଇ ଏକ ରେଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଡେପୁଟି କଲେକ୍ଟର ସୂଚୀତା ପୁଷ୍ପାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ସୂଚନା ଥାଉକି ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ପକ୍ଷରୁ ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ଙ୍କ ନେତୃତ୍ୱରେ ସାମ୍ବାଦିକ ମାନଙ୍କ ସୁରକ୍ଷା,ସାମାଜିକ ନିରାପତ୍ତା ଓ ପେନସନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କ ଠାରେ ଦାବି କରି ଆସୁଛନ୍ତି । ତଥାପି ସାମ୍ବାଦିକ ମାନଙ୍କ ନ୍ୟାର୍ଯ୍ୟ ଦାବି ଗୁଡିକ ଉପରେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ । ତେଣୁ ଏହାର ପ୍ରତିବାଦରେ ରାଜ୍ୟ ସାରା ସମସ୍ତ ଜିଲ୍ଲା ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସାମ୍ବାଦିକ ମାନେ କଳା ବ୍ୟାଚ ପିନ୍ଧି ଭିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।
ଝାରସୁଗୁଡା ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଆୟୋଜିତ ଆଜିର ପ୍ରତିବାଦ ସଭାରେ ରାଜ୍ୟ ସମ୍ପାଦକ ତ୍ରିଲୋଚନ ଦାସ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର କୁମାର ସାଏ, ଯୁଗ୍ମ ସମ୍ପାଦକ ପ୍ରକାଶ ପଧାନ, ଡିଲେଶ୍ଵର ବାଗ ଓ ବିଜୟ ବରାଡ଼,କୋଷାଧକ୍ଷ ସଞ୍ଜୟ ପାଣିଗ୍ରାହୀ, ଉପଦେଷ୍ଟା ଜୀବନ ମହାନ୍ତି,ଉପନ ଚରଣ ସାହୁ, ସୁକାନ୍ତ ସାହୁ,ଭାଗିରଥି ସାହୁ,ବିରଞ୍ଚି ସ୍ୱାଇଁ,ଅଜୟ ଶର୍ମା, କୁଞ୍ଜବିହାରୀ ପଟେଲ,ବିଜୟ ସାହୁ,ବିକ୍ରମ ମହାପାତ୍ର,ସଜ୍ଜାଦ ବାଦଶାହ,ଜିତେନ୍ଦ୍ର ଦେବତା, ଢ଼ୋଲେଶ୍ୱର ପ୍ରଧାନ,ଆଶ୍ମିତ ସାହୁ, ସଞ୍ଜୟ ବାହୁବଳେନ୍ଦ୍ର,ପପ୍ପୁ ରୋହିଦାସ, ଜିତେନ୍ଦ୍ର ସାହୁ,ମନୋଜ ସାହୁ ପ୍ରମୂଖଙ୍କ ସମେତ ଅନେକ ସାମ୍ବାଦିକ ଯୋଗ ଦେଇଥିଲେ l ଝାରସୁଗୁଡା ଜିଲ୍ଲା ସାମ୍ବାଦିକ ସଙ୍ଘ ସମ୍ପାଦକ ଆର୍ତ୍ତତ୍ରାଣ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ