ଦେଶୀ ମଦ ଦୋକାନ ମାରପିଟ ମାମଲାରେ ଜଣେ ମୃତ


ଗୋପାଳପୁର ୧୫/୩
ଗୋପାଳପୁର ଥାନା ଅନ୍ତର୍ଗତ ଗଞ୍ଜୁ ରେ ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଗଞ୍ଜୁ ଗ୍ରାମର କାଳୁ ଦାସ, ମୁନା ଦାସ ତେର ଗଅଞ୍ଜୁ ଗ୍ରାମରେ ଥିବା ମଦ ଭାଟିକୁ ଯାଇଥିଲେ l ସେଠାରେ ପ୍ରଦୀପ ଦାସ, ନାରାୟଣ ଦାସ ଓ ଭିକାରୀ ଦାସ ଗଣ୍ଡଗୋଳ କରୁଥିବା ଦେଖି କାଳୁ ଓ ମୁନା ଦୁହେଁ ବୁଝାସୁଝା କରିଥିଲେ l କୌଣସି ଜାରଣକୁ ନେଇ ପ୍ରଦୀପ ଦାସ ସେଠାରେ ପଡ଼ିଥିବା ଏକ ଲୁହା ରଡ଼ରେ ମୁନା ଙ୍କ ପକ୍ଷରୁ ଭିକାରୀ,କାଳୁକୁ ମାଡ ମାରିଥିଲା l ଯଦ୍ୱାରା ମୁନା ଓ ଭିକାରୀ ଗୁରୁତର ଥିବାରୁ ଉଭୟ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତୀ କରା ହୋଇଥିଲା l ମୁନାର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଗତକାଲି ରାତିରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ରାତ୍ର ପ୍ରାୟ ୮ଟା ସମୟରେ ମୃତ୍ୟୁ ହୋଇଥିବା ଜଣାପଡିଛି l ଗତକାଲିର ଘଟଣାକୁ ନେଇ ଆଜି କାଳୁ ଦାସ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲା l ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୦୮/୨୪ ମାମଲା ରୁଜୁ କରି ସମ୍ପୃକ୍ତ ଥିବା ନାରାୟଣ ଦାସକୁ ଅଟକ ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତକୁ ପୁଲିସ ଖୋଜୁଥିବା ନେଇ ଥାନା ଅଧିକାରୀ ଶରତ କୁମାର ମାହାଲିକ ସୂଚନା ଦେଇଛନ୍ତି l