ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ସୋନପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ର ସମୀକ୍ଷା ବୈଠକ ା


ସୋନପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ର ସମୀକ୍ଷା ବୈଠକ ମାନ୍ୟବର ମନ୍ତ୍ରୀ, ଅର୍ଥ ଓ ସଂସଦୀୟ ବ୍ୟାପାର , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ବିଧାୟକ ସୋନପୁର ନିର୍ବାଚନ ମଣ୍ଡଳୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl ଏହି ବୈଠକରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋନପୁର, ତରଭା, ବିନିକl( ଆଂଶିକ) ଏବଂ ଡୁଙ୍ଗୁରିପାଲି ବ୍ଲକ ସହ ସୋନପୁର ମ୍ୟୁନିସିପାଲିଟି, ତରଭା ଏନ ଏ ସି, ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନମଙ୍ଗଳ ଏବଂ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା l କମିଟିର ଆବାହକ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ , ସୁବର୍ଣ୍ଣପୁର, ଶ୍ରୀ ନିହାର ରଞ୍ଜନ କଁହର ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଆଭିମୁଖ୍ୟ ସମ୍ବନ୍ଧରେ ଅବଗତ କରାଇବା ସହ ଜିଲ୍ଲାର ସମସ୍ତ ବିକାଶମୂଳକ କାର୍ଯ୍ୟ ଗୁଡିକୁ ଧାର୍ଯ୍ୟ ସମୟ ମଧ୍ୟରେ ଅତିଶୀଘ୍ର ସମ୍ପନ୍ନ କରିବା ଉପରେ ଗୁରୁତ୍ଵ ଦେଇଥିଲେ l ବୈଠକରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ବିଭିନ୍ନ ବିଭାଗରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଅନୁଦାନ ରାଶିର ଉପଯୋଗ କରି ସବୁ ପ୍ରକଳ୍ପ ଗୁଡିକୁ ସମାପ୍ତ କରିବା ପାଇଁ ଯତ୍ନଶୀଳ ହେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ସେ ବିଭାଗୀୟ ଅଧିକାରୀଙ୍କୁ ପ୍ରକଳ୍ପ କାର୍ଯ୍ୟ ସମୟରେ ପରିଦର୍ଶନ କରି କାର୍ଯ୍ୟର ଗୁଣାତ୍ମକମାନକୁ ନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି l ପ୍ରତ୍ୟେକ ଅଧିକାରୀ ବିଭାଗୀୟ ଜନକଲ୍ୟାଣ ପ୍ରକଳ୍ପ ଗୁଡିକୁ ନୂତନ ପୀଢ଼ିଙ୍କ ନିମନ୍ତେ ଉପଲବ୍ଧ କୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି l ମାନ୍ୟବର ମନ୍ତ୍ରୀ ଏହି ସମୀକ୍ଷା ବୈଠକରେ ଜାତୀୟ ରାଜପଥ ଦ୍ୱାରା ନିର୍ମାଣଧୀନ ରାସ୍ତା, ଆର ଡି ରାସ୍ତା, ପିଡବ୍ଲୁଡ଼ି ଦ୍ୱାରା ନିର୍ମାଣଧୀନ ରାସ୍ତା ତଥା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ରାସ୍ତା ଗୁଡିକ ର ଅଗ୍ରଗତିର ସମୀକ୍ଷା ସହ ନିଆଯିବାକୁ ଥିବା ପ୍ରକଳ୍ପ ଉପରେ ଉପସ୍ଥିତ ଯନ୍ତ୍ରୀ ଙ୍କ ସହ ଆଲୋଚନା କରିଥିଲେ l ସେହିପରି ମେଗା ଲିଫ୍ଟ ପ୍ରୋଜେକ୍ଟ ର କାର୍ଯ୍ୟକାରିତା ସହ ନୂତନ ମେଗା ଲିଫ୍ଟ ପ୍ରକଳ୍ପ ନିମନ୍ତେ ବିଭାଗ ତରଫରୁ ପ୍ରସ୍ତାବ ପଠାଇବାକୁ ପରାମର୍ଶ ଦେଇଛନ୍ତି l ଗ୍ରାମ୍ୟlଞ୍ଚଳ ଗୁଡିକରେ ପିଇବା ପାଣି ଯୋଗାଣ ନିମନ୍ତେ ଆର ଡବ୍ଲୁ ଏସ ଏସ ବିଭାଗ ତରଫରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେଇଛନ୍ତି l ନୂତନ ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ଶୀଘ୍ର କାର୍ଯ୍ୟଶେଷ କରିବା ତଥା ଅଚଳ ପ୍ରକଳ୍ପ ଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ I ବିଧାୟକ ପାଣ୍ଠି ର ସୁଧ ଅର୍ଥ ରାଶି ର ସୁବିନିଯୋଗ ନିମନ୍ତେ ଅଧିକାରୀଙ୍କ ସହ ଆଲୋଚନା କରିଥିବା ବେଳେ ଜିଲ୍ଲାରେ ଜମିଅଧିଗ୍ରହଣ ହେତୁ ଅଟକି ରହିଥିବା ବିଭିନ୍ନପ୍ରକଳ୍ପ ତଥା ତତ ଜନିତ ଅସୁବିଧା କୁ ତୁରନ୍ତ ସମାଧାନ କରି ପ୍ରକଳ୍ପ କାର୍ଯ୍ୟ କୁ ଆରମ୍ଭ କରିବାକୁ ସମୀକ୍ଷା ବୈଠକରେ ମାନ୍ୟବର ମନ୍ତ୍ରୀ ଜମି ଅଧିଗ୍ରହଣ ଅଧିକାରୀ ଓ ପ୍ରକଳ୍ପ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ସୁ ସମନ୍ୱୟ ପୂର୍ବକ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି l ପୁନଶ୍ଚ ଓଏଲଆଇସି ଓ ଟିପିଡବ୍ଲୁଓଡିଏଲ ମିଳିତଭାବେ ପାଣିପାଞ୍ଚାୟତ ଓ ଡିପ ବୋର ୱେଲ ପ୍ରକଳ୍ପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟା ର ସମାଧାନ ପୂର୍ବକ କାର୍ଯ୍ୟକ୍ଷମ କରି ଚାଷୀଙ୍କୁ ଉପଲବ୍ଧ କରାଇବାକୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି l ପଶ୍ଚିମ ଓଡିଶା ବିକାଶ ପରିଷଦ ରୁ ମଞ୍ଜୁର ୪୭.୮୮ଲକ୍ଷ ଟଙ୍କା ଅନୁଦାନରେ ସୁବର୍ଣ୍ଣପୁର ସହରରେ ଥିବା ନୂତନ ଟାଉନ ହଲ ରେ ଅତିଶୀଘ୍ର ସାମଗ୍ରିକ ଶୀତତାପ ନିୟତ୍ରଣ ବ୍ୟବସ୍ଥା ଲଗାଇବା ସହ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତି ଭୂମି ବ୍ୟବସ୍ଥା କୁ ସୁନିଶ୍ଚିତ କରିବାକୁ ପଦକ୍ଷେପ ନେବାକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପରିଷଦ ଙ୍କୁ ନିର୍ଦେଶ ଦେଇଛନ୍ତି l ଜିଲ୍ଲାରେ ଜଙ୍ଗଲ ସୁରକ୍ଷା, ଜଙ୍ଗଲ ବୃଦ୍ଧି ସହ ବନ୍ୟ ପ୍ରାଣୀ ସୁରକ୍ଷା ନିମନ୍ତେ ବିଶେଷ ପଦକ୍ଷେପ ନେବାକୁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ନିର୍ଦେଶ ଦେବାସହ ଜିଲ୍ଲାରେ ଉପଯୁକ୍ତ ସ୍ଥାନ ନିରୂପିତ କରି ଇକୋ ଟ୍ୟୁରିଜିମ ସ୍ଥାପନ କରିବାକୁ ପରାମର୍ଶ ଦେଇଛନ୍ତି l ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ପୂଜାରୀ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶିକ୍ଷା ,ସ୍ୱାସ୍ଥ୍ୟ , କୃଷି ଜଳସେଚନ ଓ ମେଘା ପାନୀୟ ଜଳ, ଶ୍ରମ ବିଭାଗ,ମାଇନର ଇରିଗେଶନ ପ୍ରୋଜେକ୍ଟ ଗମନାଗମନ ଇତ୍ୟାଦି ବିଭାଗର କାର୍ଯାବଳି ତଥା ଅଗ୍ରଗତି ର ସମୀକ୍ଷା କରିଥିଲେ l ଏହି ବୈଠକରେ ଉପ ନିର୍ଦେଶକ ଯୋଜନା ଓ ସମନ୍ୱୟ ଶ୍ରୀ ଚତୁର୍ଭୁଜ ସାହୁ, ବିଭିନ୍ନ ବିଭାଗର ପଦାଧିକାରୀ, ବ୍ଲକ ଅଧ୍ୟକ୍ଷ୍ୟ ଅଧ୍ୟକ୍ଷl, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ l