Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ବିଜେପି ର ନିର୍ବାଚନ ପ୍ରସ୍ତୁତି ବୈଠକ ଆଳରେ ଶକ୍ତି ପ୍ରଦର୍ଶନ।

ଗୋପାଳପୁର,୧୭/୦୩
ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ବୁଗୁଲ ବାଜି ଯାଇଥିବା ଥିବାବେଳେ ଗୋପାଳପୁରରେ ନିର୍ବାଚନ ତାତି ବଢ଼ିବାରେ ଲାଗିଛି। ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ଠାରେ ବିଜେପି ର ବରିଷ୍ଠ ନେତା ବିଭୁତି ଭୂଷଣ ଜେନା ଙ୍କ ନେତୃତ୍ୱରେ ବିଜେପି ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଳନ୍ଥରା ଈଶାଣେଶ୍ୱର ମନ୍ଦିର ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସୁବାସ ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁଚରଣ ପତି, ଲୋକ ସଭା ସଂଯୋଜକ ସରୋଜ ସାବତ, ଜିଲା କୃଷକ ମୋର୍ଚ୍ଚା ସଭାପତି ମୋହନ୍ତ ଚିନ୍ମୟା ନନ୍ଦ ଦାସ , ଯୋଗୀ ଦେବଦତ୍ତ ମହାରାଜ, ଜିଲ୍ଲା ଉପ ସଭାପତି ଗଙ୍ଗାଧର ଶତପଥୀ,ଦିଗପହଣ୍ଡି ପ୍ରଭାରୀ ରାଜେଶ ସାହୁ, କେ. ଅନିଲ କୁମାର, ବନମାଳି ସେଠୀ, ଓ ଅନ୍ୟ ମାନେ ଯୋଗ ଦେଇଥିଲେ।
ମେଣ୍ଟ ହେବା ଦରକାର ନାହିଁ । ଓଡିଶା ଜନସାଧାରଣ ପରିବର୍ତ୍ତନ ଚାହୁଁଛନ୍ତି । ସଂଗଠନକୁ ମଜଭୁତ କରି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଟେଇବା ବୋଲି ପୂର୍ବତନ ସଭାପତି ଜେନା କହିଥିଲେ। କେନ୍ଦ୍ର ସରକାରଙ୍କୁ ଯୋଜନା ସମ୍ପର୍କରେ ବୁଥସ୍ତରରେ ପହଞ୍ଚାଇବା ପାଇଁ କର୍ମୀମାନଙ୍କୁ ଆହ୍ବାନ କରାଯାଇଥିଲା। ଏହି ଅବସରରେ ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶିବଶଙ୍କର ନାୟକ, ସୁନୀଳ ପାତ୍ର, ଜଗମୋହନ ପାତ୍ର, ଟୁନା ଜେନା, ମଣ୍ଡଳ ସଭାପତି ସନତ କୁମାର ନାୟକ, ବ୍ରଜମୋହନ ନାହାକ, ଡ଼. ପ୍ରଦୀପ ପଟ୍ଟନାୟକ, ପଞ୍ଚୁ ବେହେରା, ଚଣ୍ଡୀଚରଣ ସାହୁ, ଅଭିମନ୍ୟୁ ସାହୁ, ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।ଆଜି ଅନୁଷ୍ଠିତ ବୈଠକ ଦ୍ବାରା ଗୋପାଳପୁର ରେ ବିଜେପି ପକ୍ଷରୁ ଶକ୍ତି ପ୍ରଦର୍ଶନ ସହ ନିର୍ବାଚନ ରେ ଚଳିତ ଥର ଗୋପାଳପୁର ଆସନକୁ ଅକ୍ତିଆର କରିବାକୁ କର୍ମୀ ମାନେ ଶପଥ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories