Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସନ୍ଥ ଶିରୋମଣି ଗୁରୁ ରବିଦାସ ଙ୍କ ୬୪୭ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ

କଳାହାଣ୍ଡି, ୧୭/୦୩ (ଜଗନ୍ନାଥ ନାଏକ) : ଶାନ୍ତି ,ପ୍ରେମ, କରୁଣା ଓ ସମସ୍ତ ମାନବ ସମାଜର କଲ୍ୟାଣ ନିମନ୍ତେ ସନ୍ଦେଶ ପ୍ରଦାନ କରିଥିବା ସନ୍ଥ ଶିରୋମଣି ଗୁରୁ ରବିଦାସ ଙ୍କ ୬୪୭ ତମ ଜନ୍ମଦିନ ମହାସମାରୋହରେ ଭବାନୀପାଟଣା ଟାଉନ ହଲ୍ ଠାରେ ପାଳିତ ହୋଇଯାଇଛି। ଆୟୋଜକ ଗୁରୁ ରବିଦାସ ଚମାର ସମାଜ ସେବା ସଂଘ କଳାହାଣ୍ଡି ମଣ୍ଡଳ ପକ୍ଷରୁ ଆୟୋଜିତ ଏହି ସମାରୋହରେ ସଂସ୍ଥାପକ ତଥା ଅନ୍ତଃରାଷ୍ଟ୍ରୀୟ ସଂଯୋଜକ ସନ୍ଥ ରାମକୁମାର ଅସନାୱ୍ଵଡେ ରବିଦାସିୟା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ଏକ ବିଶାଳ ରାଲିରେ ସହର ପରିକ୍ରମା କରି ଟାଉନ ହଲ୍ ଠାରେ ପହଞ୍ଚିଥିଲେ। ସନ୍ଥ ରାମକୁମାରଙ୍କୁ ପୁଷ୍ପମାଲ୍ୟ ଦେଇ ସମାରୋହରେ ସ୍ବାଗତ ଜଣାଇଥିଲେ। ଚମାର ସମାଜ ସେବା ସଂଘର ଜିଲ୍ଲା ସଭାପତି ଶଙ୍କର ମେହେର ସ୍ଵାଗତ ଅଭିଭାଷଣ ଦେଇଥିଲେ । ସନ୍ଥ ରାଜକୁମାର ସନ୍ଥ ଶିରୋମଣି ରବିଦାସଙ୍କ ପବିତ୍ର ବାଣୀ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ତାଙ୍କ ଉଦବୋଧନରେ କହିଥିଲେ । ସତସଙ୍ଗ ମାଧ୍ୟମରେ ଗୁରୁ ରବିଦାସ ଙ୍କ ବାଣୀ ସୁନ୍ଦର ଭାବେ ଗାନକରି ତାର ଭାବାର୍ଥ ସରଳ ଭାଷାରେ ବୁଝାଇ ଥିଲେ। ଏହା ପରେ କୁନି କୁନି ପିଲାମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବର୍ଗରୁ ଆସିଥିବା ନିୟନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ ।‌ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଅଲ୍ ଓଡିଶା ରବିଦାସ ସମାଜର ରାଜ୍ୟ ସଭାପତି ସୀତାରାମ ମେହେର, ସାଧାରଣ ସମ୍ପାଦକ କୁନ୍ଦୁରୁ ଦାସ ,ଭୀମ ଆର୍ମୀ ଭାରତ ଏକତା ମିଶନ୍ ର ରାଜ୍ୟ ଉପସଭାପତି ଆଶିଷ ରଞ୍ଜନ ନାଏକ, ଏଓଏସସିଏଫ୍ ର ଜିଲ୍ଲା ସଭାପତି ଶ୍ରୀବତ୍ସ ତାଣ୍ଡି, କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ, ମହାସଚିବ ସୂର୍ଯ୍ୟ ନାରାୟଣ କୁମାର, ଭୀମ ଆର୍ମୀ ଜିଲ୍ଲା ସଭାପତି ରଜନୀକାନ୍ତ ସମର୍ଲିଆ, ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ୍,ବହୁଜନ ମୁକ୍ତି ମୋର୍ଚ୍ଚା ଅଳ୍ପସଂଖ୍ୟକ ବର୍ଗର ମେହବୁବ୍ ରାଜା, ଭୀମ ଆର୍ମୀ ଜିଲ୍ଲା ମହିଳା ଉପସଭାପତି ବାସନ୍ତୀ ସତନାମୀ,ଟିକେମନ ଦୀପ, ସଞ୍ଜୟ ସୁନାନୀ ସମେତ ଅନ୍ୟ ସମସ୍ତ ଅତିଥିଙ୍କୁ ସମ୍ମାନୀତ କରିଥିଲେ। କଳାହାଣ୍ଡି ଜିଲ୍ଲା ରେ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଗୁରୁ ରବିଦାସ ଚମାର ସମାଜ ସେବା ସଂଘ ପକ୍ଷରୁ ଅୟୋଜିତ ହୋଇଥିଲା lଯାହାକୁ ବିଭିନ୍ନ ବର୍ଗର ଲୋକ ତଥା ବୁଦ୍ଧିଜିବୀ ଉଚ୍ଚ ପ୍ରସଂଶା କରିଛନ୍ତି l ସମସ୍ତ କାର୍ଯ୍ୟକ୍ରମକୁ ସଂଘ ର ବରିଷ୍ଠ କାର୍ଯ୍ୟକର୍ତ୍ତା ଲକ୍ଷ୍ମଣ ମେହେର ଓ ସଞ୍ଜୟ ମେହେର ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପlଣ୍ଡବ ମେହେର, ସିଦ୍ଧେଶ୍ଵର ମେହେର, ମୋହନଲାଲ ସତନାମୀ, ରାଜୁ ଶତନାମୀ, ସାଗର ସତନାମୀ, ବିକ୍ରମ ରୋହିଦାସ, ପିଙ୍କୁ ମେହେର ପ୍ରମୁଖ ସହଯୋଗ କରିଥିଲେ l