ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଙ୍କୁ ନିଃଶୁଳ୍କ ଶିକ୍ଷାଦାନ


କଳାହାଣ୍ଡି, ୧୭/୦୩ (ଜଗନ୍ନାଥ ନାଏକ) : ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ଶିକ୍ଷା ବର୍ଷରେ ନିଃଶୁଳ୍କ ଶିକ୍ଷା ଦାନ ନିଷ୍ପତ୍ତି ନିଆଯାଇଛି ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଏକ ସ୍ୱତନ୍ତ୍ର ବୈଠକ ରେ ଘୋଷଣା କରିଛନ୍ତି |ମାଛ ବିକାଳି, ରିକ୍ସା ଚାଳକ, ପନିପରିବା ବିକାଳି , ଠେଲା ଵାଲା, ସଫେଇ କର୍ମଚାରୀ, ଠିକା ଶ୍ରମିକ, ଚା ବିକାଳି ସମେତ ଅନ୍ୟାନ୍ୟ ଆର୍ଥିକ ସ୍ୱଚ୍ଛଳତା ନଥିବା ବହୁ ଛାତ୍ରଛାତ୍ରୀ ଘରୋଇ ସ୍କୁଲ ତଥା ଉତ୍ତମ ଶିକ୍ଷା ଦାନ ରୁ ବଞ୍ଚିତ ହେଉଛନ୍ତି |ଏଣୁ ସେମାନେ କିପରି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବେ ଓ ମା ମାଟିର ନାମ ରଖିବେ ଏହି ଉଦ୍ଦେଶ୍ୟ ରଖି ସ୍କୁଲ ପରିଚାଳନା କମିଟି ନିଷ୍ପତ୍ତି ନେଇଛନ୍ତି ବୋଲି ସ୍କୁଲର ସଭାପତି ବ୍ରହ୍ମାନନ୍ଦ ସାମଲ ପ୍ରକାଶ କରିଛନ୍ତି | ସ୍କୁଲ ର ଉପଦେଷ୍ଟା ମଣ୍ଡଳୀ ମୁଖ୍ୟ ସୁତ୍ତମ କୁମାର ନାୟକ ଧନ୍ୟବାଦ ଦେଇଥିଲେ | ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ସାମନ୍ତରାୟ, ମନୀଷା ସିଂହ୍ନ|, ଚନ୍ଦ୍ରପ୍ରଭା ମିଶ୍ର, ସାଧନା ପ୍ରଧାନ, ଅପରାଜିତା ମଲ୍ଲିକ, ଜ୍ୟୋତି ଗୁପ୍ତା, ଚଞ୍ଚଳା ଶର୍ମା, ଝିଲି ଦାଶ, ସୋନାଲି ତ୍ରିପାଠୀ ବୃଷବ ଦାଶ, ନରେଶ ସୁନାନୀ ଶିକ୍ଷକ ସମ୍ପଦ ମୁଣ୍ଡ ପ୍ରମୁଖ ସହଯୋଗ କରିଥିଲେ |