ଗୋପାଳପୁର ୧୮/୩
ଡୁରା ସ୍ଥିତ ନ୍ୟାସନାଲ ହାଇସ୍କୁଲର ୪୫ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ପ୍ରାକୃତିକ ଶିବିର ଆୟୋଜନ ହୋଇଥିଲା l ଜଳବାୟୁ ପରିବର୍ତନ, ମୂର୍ତ୍ତିକା ସଂଗ୍ରକ୍ଷଣ, ବନ୍ୟଜନ୍ତୁ ସଂଗ୍ରକ୍ଷଣ ଆଦି ଉପରେ ଜ୍ଞାନ ପ୍ରଦାନ କରାଯାଇଥିଲା l ଇକୋ କ୍ଲବର ଶିକ୍ଷୟିତ୍ରୀ ଅମିତା ରାଣୀ ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ପ୍ରଧାନଙ୍କ ନେତୃତ୍ୱରେ ୪୫ ଜଣ ଛାତ୍ର ଛାତ୍ରୀଙ୍କୁ ଭଞ୍ଜନଗର ସ୍ଥିତ ସାଳୁଆପଲ୍ଲୀ ଗ୍ରାମ ଠାରେ ବନ ବିହାର, ବିଭିନ୍ନ ଔଷଧୀୟ ଉଦ୍ୟାନ ପରିଦର୍ଶନ କରାଇଥିଲେ l ଇକୋ କ୍ଲବର ଜିଲ୍ଲା ସଂଯୋଜକ ଶଙ୍କର ନାରାୟଣ ବେଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣର ଉପ ଯୋଗିତା, ପରିବେଶ ନିୟନ୍ତ୍ରଣ ଏବଂ ପ୍ରାକୃତିକ ସମ୍ପଦର ରକ୍ଷଣ, ବେକ୍ଷଣ ବିଷୟରେ ଆଲୋକପାତ କରିଥିଲେ l ତର୍କ, କୁଇଜ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ପ୍ଲାଷ୍ଟିକ ବର୍ଜନ ଉଦେଶ୍ୟରେ ଝୋଟ ବ୍ୟାଗ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଇଥିଲା l ଜିଲ୍ଲାରୁ ଡୁରା ନ୍ୟାସନାଲ ହାଇସ୍କୁଲକୁ ଯୋଗ୍ୟ ବିବେଚିତ କରାଯାଇଥିଲା l ରେଞ୍ଜର ପୃଥିବୀରାଜ ପ୍ରଧାନ ଏବଂ ଫରେଷ୍ଟର ଜିତେନ୍ଦ୍ର ମଲ୍ଲିକ ବନ୍ୟଜନ୍ତୁ ସଂଗ୍ରକ୍ଷଣ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ l ପରେ ବାଲିପଦର ସ୍ଥିତ କୃଷ୍ଣଶାର ମୃଗ ଉଦ୍ୟାନ ବୁଲି ଦେଖିଥିଲେ l