Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଣ୍ଟ ଚର୍ଚ୍ଚାକୁ ନୂଆ ମୋଡ଼ ଦେଲେ ପାଣ୍ଡିଆନ, କହିଲେ- ମେଣ୍ଟ ଦରକାର ନାହିଁ, କିନ୍ତୁ…

ଭୁବନେଶ୍ଵର: ନିର୍ବାଚନୀ ବିଗୁଲ ବାଜି ସାରିଛି। ରାଜ୍ୟରେ ବିଜେପି ଓ ବିଜେଡି ଟିକେଟ୍ କସରତ ଆରମ୍ଭ କରି ଦେଇଛନ୍ତି। ତଥାପି ମେଣ୍ଟ ଉପରୁ ସସପେନ୍ସ ହଟୁନି। ଏହା ମଧ୍ୟରେ ବିଜେଡି-ବିଜେପି ସମ୍ଭାବ୍ୟ ମେଂଟକୁ ନେଇ ଜାରି ରହିଥିବା ଚର୍ଚ୍ଚାକୁ ଆଜି ନୂଆମୋଡ଼ ଦେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ। ଏକ ଜାତୀୟ ଗଣମାଧ୍ୟମ ଦ୍ଵାରା ଆୟୋଜିତ ଚ୍ୟାନେଲରେ ମେଂଟକୁ ନେଇ ସିଧାସଳଖ କିଛି ପ୍ରତିକ୍ରିୟା ରଖିନାହାନ୍ତି। ମାତ୍ର ମେଣ୍ଟକୁ ନେଇ ଏକପ୍ରକାର ସ୍ପଷ୍ଟ ଚିତ୍ର ଦେଇଛନ୍ତି ।

ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ପ୍ରଶ୍ନ ଉପରେ ପାଣ୍ଡିଆନ କହିଛନ୍ତି ଦେଶର ଦୁଇ ମହାନ ନେତା ବୃହତ୍ତର ଉଦ୍ଦେଶ୍ୟ ପାଇଁ ଏକାଠି ହେବାକୁ ଚାହାଁନ୍ତି । ଯାହାକି ରାଜନୀତିରୁ ଉର୍ଦ୍ଧ୍ଵରେ ଓ ଏହା ହିଁ ରାଷ୍ଟ୍ରନୀତି । ନିର୍ବାଚନୀ ଗଣିତ ପାଇଁ କି ସରକାର ଗଢିବା ପାଇଁ ବିଜେଡି କିମ୍ବା ବିଜେପି ଉଭୟଙ୍କୁ ମେଣ୍ଟର ଆବଶ୍ୟକତା ନାହିଁ। କେନ୍ଦ୍ରରେ ସରକାର ଗଢିବ ପାଇଁ ବିଜେପିକୁ ବିଜେଡିର ଆବଶ୍ୟକତା ନାହିଁ କିମ୍ବା ରାଜ୍ୟରେ ସରକାର ଗଢିବା ପାଇଁ ବିଜେଡିକୁ ସମର୍ଥନ ଦରକାର ନାହିଁ ବୋଲି ପାଣ୍ଡିଆନ କହିଛନ୍ତି । କିନ୍ତୁ ସେ ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚାରେ ସାମାନ୍ୟ ସ୍ପଷ୍ଟତା ମଧ୍ୟ ସେ ଆଣିଛନ୍ତି।

ବିଜେଡିର ଦ୍ଵିତୀୟ କ୍ଷମତାଶାଳୀ ନେତା ଭିକେ ପାଣ୍ଡିଆନ ମେଣ୍ଟକୁ ନେଇ ସିଧାସଳଖ କିଛି ପ୍ରତିକ୍ରିୟା ରଖିନାହାନ୍ତି। ମେଣ୍ଟକୁ ନେଇ ନେଇ ଯାହା କିଛି ହେବ ତାହା ସମସ୍ତେ ଜାଣିବା ବୋଲି କହିଛନ୍ତି ପାଣ୍ଡିଆନ । ବିଜେଡି କ୍ରମାଗତ ଭାବେ ରାଜ୍ୟରେ ତିନି ଚତୁର୍ଥାଂଶ ଆସନ ଜିତିବାରେ ସକ୍ଷମ ହେଉଛି । ଗତ ପଂଚାୟତ ନିର୍ବାଚନରେ ୯୦ ପ୍ରତିଶତ ଆସନ ବିଜେଡିକୁ ମିଳିଥିବାବ ବେଳେ ବିଜେପିକୁ ମାତ୍ର ୫ ପ୍ରତିଶତ ମିଳିଥିଲା । ନବୀନ ପଟ୍ଟନାୟକ ରାଜ୍ୟରେ ସର୍ବାଧିକ ଲୋକପ୍ରିୟ ନେତା । ଏବଂ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସବୁଠୁ ଲୋକପ୍ରିୟ ନେତା। ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ମୋଦୀ । ନିର୍ବାଚନୀ ଗଣିତ ପାଇଁ ବିଜେଡି କିମ୍ବା ବିଜେପି ଉଭୟଙ୍କୁ ମେଣ୍ଟର ଆବଶ୍ୟକତା ନାହିଁ।

ତେବେ ଦୁଇ ମହାନ ନେତା  ବୃହତ୍ତର ଉଦ୍ଦେଶ୍ୟ ପାଇଁ ଏକାଠି ହେବାକୁ ଚାହୁଁଛନ୍ତି । ଦୁଇ ମହାନ ବ୍ୟକ୍ତିଙ୍କର ରାଷ୍ଟ୍ରନୀତି ଦୃଷ୍ଟିରୁ ଗୁରୁତ୍ୱ ରହିଛି । ଏହା ସହ ରାଜନୀତିର କୌଣସି ଦେଣନେଣ ନାହିଁ। ଏହାର ଭୋଟ୍ ଉଦ୍ଦେଶ୍ୟ ଉଭୟ ବିଜେଡି କିମ୍ବା ବିଜେପି ପାଇଁ ମଧ୍ୟ ନାହିଁ । ତେଣୁ ଏହା ଦୁଇ ବ୍ୟକ୍ତିଙ୍କର ପରସ୍ପର ମଧ୍ୟରେ ଥିବା ବନ୍ଧୁତ୍ଵକୁ ଦର୍ଶାଉଛି,  ଯାହାକି ରାଜନୀତିରୁ ଉର୍ଦ୍ଧ୍ଵରେ ଏବଂ ବିରଳ ରାଷ୍ଟ୍ରନୀତି ବୋଲି ପାଣ୍ଡିଆନ କହିଛନ୍ତି। ଏହା ସହିତ ସେ ରାଜନୀତିରେ ନବୀନ ପଟ୍ଟନାୟକଙ୍କୁ ନିଜର ଗୁରୁ ବୋଲି ଭାବନ୍ତି। ତାଙ୍କୁ ସାହାଯ୍ୟ କରିବା ପାଇଁ ରାଜନୀତିରେ ସାମିଲ ହୋଇଥିବା ପାଣ୍ଡିଆନ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ