ଚାକିରୀ କରାଇଦେବା ନାରେ ଠକେଇ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ବହିଷ୍କୃତ କର୍ମଚାରୀ ଗିରଫ


ଗୋପାଳପୁର ୨୧/୦୩
ଗୋପାଳପୁର ପୁଲିସ ଆଜି ଚାକିରୀ କରାଇଦେବା ନାରେ ଠକେଇ ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ କନିଷ୍ଠ ସହକାରୀ କର୍ମଚାରୀ ଗଜେନ୍ଦ୍ର ନାଥ ସାହୁ ବୋଲି ପୁଲିସ କହିଛି l ସୂଚନା ପ୍ରକାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ରାଧା ମୋହନ ପାତ୍ରଙ୍କ ଝିଅକୁ ସହକାରୀ (ଆସିଷ୍ଟାଡ଼ ସେକ୍ସନ ଅଫିସର)ଚାକିରୀ କରାଇ ଦେବି କହି ଗୁଗଲି ପେ ରେ ୨୦୨୨ ନଭେମ୍ବର ୭ ଠାରୁ ୨୦୨୩ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ
୧୮ ଲକ୍ଷ୍ୟ ୧୬ ହଜାର ୨୫୦ଟଙ୍କା ନେଇଥିଲେ l ୨୦୨୩ ଡିସେମ୍ବର ୩୦ ତାରିଖରେ ଏ ଏସ ଓ ଫଳ ଜଣାପଡିବା ପରେ ଝିଅର ନାମ ଓ ରୋଲ ନମ୍ବର ନଥିବାରୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ l କିନ୍ତୁ ମିଥ୍ୟା ପ୍ରତିଶୃତି ଦେଇ ଗଜେନ୍ଦ୍ର ଟଙ୍କା ଫେରାଉ ନଥିଲେ l ଫୋନ ଯୋଗେ ଟଙ୍କା ମାଗିବାରୁ ବିଭିନ୍ନ ପ୍ରକାର ଗାଳି ଗୁଲଜ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଉଥିଲେ l ଏ ନେଇ କର୍ମଚାରୀଙ୍କ ଝିଅ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୧୧/୨୪ ମାମଲା ରୁଜୁ କରିଥିଲା l ଗତକାଲି କଟକରୁ ଆଣି ଅଟକ ରଖି ତଦନ୍ତ କାରୀ ଅଧିକାରୀ ଜନ୍ମେଜୟ ମଲ୍ଲିକ ପଚରା ଉଚରା କରିଥିଲେ l ସତ୍ୟାସତ୍ୟ ଜାଣିବା ପରେ ଆଜି କୋର୍ଟ ଚାଲାଣ କରିଥିବା ପୁଲିସ କହିଛି l