Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଏଚଇପି ୱେଲଫେଆର ନୂତନ କମିଟି,ସଭାପତି ସୁଶ୍ରୀସୁନିତା ମୁଣ୍ଡା ,ସମ୍ପାଦିକା ପ୍ରଭା ସାହୁ

ଚିପିଲିମା,ଓଡିଶା ଜଳବିଦ୍ୟୁତ ନିଗମ (ଓଏଚପିସି )ଅଧିନସ୍ଥ ଚିପିଲିମା ଜଳ ବିଦ୍ୟୁତ ପ୍ରକଳ୍ପ (ସିଏଚଇପି )ରେ l ଲେଡିସ ୱେଲଫେଆର କମିଟି ଗଠିତ ହୋଇଯାଇଥିବାବେଳ, ସଭାପତି ଭାବରେ ସୁଶ୍ରୀ ସୁନିତା ମୁଣ୍ଡା, ସମ୍ପାଦିକା ଭାବରେ ପ୍ରଭା ସାହୁ ଓ କୋଷାଧ୍ୟକ୍ଷା ଭାବରେ ମାନିକ ତନ୍ତୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି l ଏହି ଅବସରରେ ସିଏଚ ଇପି ର ମହିଳା ଶ୍ରମ ମଙ୍ଗଳ କେନ୍ଦ୍ର ଠାରେ ମାନବ ସମ୍ବଳ ଅଧିକାରିଣୀ ସୁଶ୍ରୀ ସୁନିତା ମୁଣ୍ଡାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ ଅଧିନସ୍ଥ ସମସ୍ତ ମହିଳା ଟିଏନଇ, ଏନଇ ଏବଂ କର୍ମଚାରୀଙ୍କ ଗୃହିଣୀଙ୍କୁ ଚଳିତ ବର୍ଷ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା l ମିଳିଥିବା ତଥ୍ୟ ମୁତାବକ ଅନ୍ୟାନ୍ୟ କର୍ମକର୍ତ୍ତା ମଧ୍ୟରେ ଉପସଭାପତି ଆଶା ତିୱାରୀ, ସାଂସ୍କୃତିକ ସମ୍ପାଦିକା ପ୍ରିତା ଵି ଉନ୍ନୀ କ୍ରିଷ୍ଣନ, କ୍ରୀଡା ସମ୍ପାଦିକା ସ୍ୱପ୍ନା ମହାନ୍ତି ମନୋନୀତ ହୋଇଥିବା ବେଳେ, କାର୍ଯ୍ୟନିର୍ବାହୀ ସଦସ୍ୟା ଭାବରେ ବିଜୟା ସୁନା, ସରୋଜିନୀ ବେହେରା,ପୁର୍ଣିମା ବଡ଼ପଣ୍ଡା,ଗୀତା ଛୁରିଆ,ଶ୍ୱେତସ୍ୱିନୀ ସାମନ୍ତରାୟ,ମାଳତୀ ପୃଷ୍ଟି,ମିନତୀ କୁମ୍ଭାର,ରୂପ ନାଏକ,ସତୀ ପଞ୍ଚବିହାର ପ୍ରମୁଖ ସର୍ବସମ୍ମତି ମନୋନୀତ ହୋଇଛନ୍ତି l ପ୍ରକାଶ ଥାଉକି ଲେଡିସ ୱେଲଫେଆର କମିଟି ପୂର୍ବରୁ ରହିଥିବାବେଳେ, ମଝିରେ କମିଟି ନିଷ୍କ୍ରିୟ ରହିଥିଲା l ହେଲେ ନବ ଗଠିତ ସଂଗଠନ କୁ ସକ୍ରିୟ ରଖିବାକୁ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଥିବା ସୂଚନା ରହିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ