ପୂଜାରିପାଲି ୨୪ ପ୍ରହରୀ ନାମଯଜ୍ଞ ଉଦଯାପିତ


ପୂଜାରିପାଲି ୨୪ ପ୍ରହରୀ ନାମଯଜ୍ଞ ଉଦଯାପିତ
ଝାରସୁଗୁଡା ୨୩/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ପଞ୍ଚାୟତ ଅନ୍ତର୍ଗତ ପୂଜାରିପାଲି ଗ୍ରାମରେ ମହନ୍ତ ଶ୍ରୀ ଶ୍ରୀ ପ୍ରାଣକୃଷ୍ଣ ବାବାଙ୍କ ତତ୍ୱାବଧାନରେ ପାଞ୍ଚଦିନ ଧରି ଚାଲିଥିବା ୨୪ ପ୍ରହରୀ ନାମଯଜ୍ଞ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ଉଦଯାପିତ ହୋଇ ଯାଇଛି । ଉକ୍ତ ନାମଯଜ୍ଞରେ ବସନ୍ତ ମାଝୀ ଓ ପତ୍ନୀ ପଦ୍ମିନୀ ମାଝୀ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପଣ୍ଡିତ ଅନ୍ତର୍ଯ୍ୟାମୀ ପୂଜାରୀ ପୂଜାର୍ଚ୍ଚନା,ହୋମଯଜ୍ଞ ଆଦି କାର୍ଯ୍ୟ ସମ୍ପାଦନ କରିଥିଲେ । ସେହିଭଳି ଯଦୁମଣି ରାଉତ,କିଶୋର ମାଝୀ,ସୁରୁ ମାଝୀ, କରମସିଂ ମାଝୀ, ହେମସାଗର କାଶିପଲିଆ ଓ ପର୍ଶୁରାମ ମାଝୀ ଷଡ଼ବୈଷ୍ଣବ ଭାବେ ଯଜ୍ଞ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ । ଆଖପାଖ ଗ୍ରାମର ମହାସିଂ, କୁରେମାଲ ଏବଂ ପଡ଼ୋଶୀ ଛତିଶଗଡ଼ ଅଞ୍ଚଳର ବେଲେରିଆ ଓ ମହାପାଲି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନଗର କୀର୍ତ୍ତନ କରିବା ସହ ଦଧିଭାଣ୍ଡ ଭଞ୍ଜନ କରିଥିଲେ । ଏହି ଅବସରରେ ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ,ସ୍ଥାନୀୟ ସରପଞ୍ଚ ପଦ୍ମିନୀ ସାହୁ ଓ ସମିତି ସଭ୍ୟା ବବିତା ମହାପାତ୍ର ଆସି ଶ୍ରୀ ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସହିତ ଆଶୀର୍ବାଦ କାମନା କରି ଗ୍ରାମବାସୀ ଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ପୂଜାରିପାଲି ଶ୍ରୀ ଶ୍ରୀ ରାଧାମାଧବ ସଂକୀର୍ତ୍ତନ ମଣ୍ଡଳୀର ସମସ୍ତ ସଦସ୍ୟ ତଥା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଆଖପାଖ ଗ୍ରାମ ମାନଙ୍କରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ଏବଂ ସମସ୍ତେ ଅନ୍ନ ପ୍ରସାଦ ସେବକ କରିଥିଲେ ।