ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ସରକାରଙ୍କ କଥା ପ୍ରବଳ, କାମ ଦୁର୍ବଳ: ପ୍ରଦୀପ


ଭୁୁବନେଶ୍ୱର: ମେଂଟ ଚର୍ଚ୍ଚା ଉପରେ ବିରାମ ପଡିବା ପରେ ଏବେ ବିଜେପି ଓ ବିଜେଡି ମଧ୍ୟରେ ମୁହାଁମୁହିଁ ଲଢେଇ ହେବାକୁ ଯାଉଛି । ଦୁଇ ଦଳ ନିର୍ବାଚନ ପ୍ରସ୍ତୁତି ଜୋରଦାର କଲେଣି । ଏହା ମଧ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ପ୍ରେସମିଟ୍ କରି ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହି । ସେ କହିଛନ୍ତି ଓଡିଶାରେ ରୋଗୀଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ସ୍ୱାସ୍ଥ୍ୟ ସେବା ଭୁଶୁଡି ପଡିଛି। ସରକାରଙ୍କ କଥା ପ୍ରବଳ କାମ ଦୁର୍ବଳ ବୋଲି ଗୋପାଳପୁର ବିଧାୟକ କହିଛନ୍ତି ।

ପ୍ରଦୀପ କହିଛନ୍ତି, ୨୫ ବର୍ଷ ଶାସନ ପରେ ବି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ୨୦୧୯ରେ ୩ଟି ହସ୍ପିଟାଲ ବିଶ୍ୱସ୍ତରର ହେବ ବୋଲି କହିଥିଲେ । ହେଲେ କଥା ପାଣିର ଗାର ହୋଇଗଲା । ସ୍ୱାସ୍ଥ୍ୟସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି । ଏଠି କିନ୍ତୁ ରାଜ୍ୟ ସରକାରଙ୍କ କଥା ପ୍ରବଳ, କାମ ଦୁର୍ବଳ । କେବଳ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ବୋଲି ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ପ୍ରଦୀପ ପାଣିଗ୍ରାହୀ ରାଜ୍ୟ ସରକାରଙ୍କୁ ତାର୍ତ୍ସଲ୍ୟ କରି କହିଛନ୍ତି ।

ସୂଚନାଯୋଗ୍ୟ, ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପରଠୁ ରାଜ୍ୟ ସରକାରଙ୍କ ସମାଲୋଚନା କରି ଆସିଛନ୍ତି । ସେ ବିଭିନ୍ନ ପ୍ରସଙ୍ଗରେ ବିଜେଡିକୁ ଘେରି ଆସିଛନ୍ତି । ବିଜେପିରେ ମିଶିବା ପରେ ଦଳ ପକ୍ଷରୁ ସେ ହିଁ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରୁଛନ୍ତି । ପ୍ରଦୀପଙ୍କୁ ଏଥର ଦଳ ବ୍ରହ୍ମପୁର ଲୋକସଭା ସିଟରୁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ଚାଲିଛି ।

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।