Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଲା ରେ ଏକ ଦିବସୀୟ ଦିବାରାତ୍ର କ୍ରିକେଟ :ସମ୍ବଲପୁର ର ଷ୍ଟେପଅପ ଦଳ ବିଜୟୀ, ଜେଏମଡିଟିସି ଦଳ ରନର୍ସଅପ

ଚିପିଲିମା, ବୁର୍ଲା ପୁରୁଣା ଷ୍ଟେଟ ବ୍ୟାଙ୍କ ସ୍ଥିତ ଖେଳ ପଡିଆ ରେ ପାର୍କ ଟାଇଗର କ୍ଲବ ପକ୍ଷରୁ ଏକ ଦିବସୀୟ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିଲା l ଏଥିରେ ବରଗଡ଼ ବୁର୍ଲା ସମ୍ବଲପୁର ଅଞ୍ଚଳର ବିଭିନ୍ନ ଦଳ ଗୁଡିକ ସାମିଲ ହେଇଥିଲ l ଏହି ଟୁର୍ଣ୍ଣାମେଣ୍ଟ ରେ ବୁର୍ଲାର ବିଶିଷ୍ଟ ସମାଜ ସେବୀ ତଥା ରୋଟାରିଆନ ଶ୍ରୀ ପ୍ରଦୀପ ଧୀମାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିବା ସହ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେl ଫାଇନାଲ୍ ମ୍ୟାଚ ରେ ସମ୍ବଲପୁର ର ଷ୍ଟେପଅପ ଦଳ ଚମ୍ପିୟାନ ଏବଂ ଜେଏମଡିଟିସି ସମ୍ବଲପୁର ଦଳ ରନର୍ସଅପ ହୋଇଥିଲେ l ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଶିବ ଦଳାଇ ,ଗିରିଜା ନାୟକ ମନୋରଞ୍ଜନ ପଟ୍ଟନାୟକ,ନରେଶ ପଣ୍ଡା ପ୍ରମୁଖ ଯୋଗ ଦେଇ ବିଜୟୀ ଏବଂ ରନରଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ଏହି ମ୍ୟାଚକୁ ପାର୍କ ଟାଇଗର କ୍ଲବ ପକ୍ଷରୁ ଦୀନେଶ କୁମାର ଦାଶ,ଶିବ ପାଢ଼ୀ, ଶ୍ରୀମନ୍ଦିର ସୁନା, ଅଶୋକ ଦାଶ, ସୁଭାନକର, ସମୀର, ସିଦ୍ଧାର୍ଥ, କୁନାଲ, ଆକାଶ, ଜିତେନ୍ଦ୍ର କାଲୋ, ଜୟ, ଅଞ୍ଜାନ, ବିସ୍ବା, ସତ୍ୟନାରାୟଣ ଶର୍ମା, ସାଦାସିବା,ପ୍ରମୁଝ ପରିଚାଳନା କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ