ଏହି ୮ ପରାଜିତ ପ୍ରାର୍ଥୀଙ୍କୁ ପୁଣି ଭରସା କଲା କେନ୍ଦ୍ର ବିଜେପି, ଏହି ଆସନରୁ ଦେଲା ଟିକେଟ୍


ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଗତକାଲି ପଂଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ଓଡିଶା ପାଇଁ ୨୧ ଲୋକସଭା ଆସନରୁ ୧୮ଟିରେ ପ୍ରାର୍ଥୀ ଘୋଷଣା କରିଛି । ଏଥର ଛଅ ଜଣ ନୂଆଁ ମୁହଁ ଥିବା ବେଳେ ୧୨ଟି ଆସନରେ ଦଳ ପ୍ରାର୍ଥୀଙ୍କୁ ରିପିଟ୍ କରିଛି । ୪ ଜଣ ସାଂସଦ ଟିକେଟ୍ କଟିଥିବା ବେଳେ ୪ ଜଣ ସାଂସଦଙ୍କୁ ଟିକେଟ୍ ମିଳିଛି । ଆଉ ଗତଥର ପରାଜିତ ୮ ପ୍ରାର୍ଥୀଙ୍କ ଉପରେ ଦଳ ପୁନର୍ବାର ଭରସା ପ୍ରକଟ କରିଛି ।

ଟିକେଟ୍ କଟିଥିବା ୪ ସାଂସଦ ହେଉଛନ୍ତି ସମ୍ବଲପୁରରୁ ନୀତେଶ ଗଙ୍ଗଦେବ, ମୟୂରଭଞ୍ଜରୁ ବିଶ୍ୱେଶ୍ୱର ଟୁଡୁ, ବରଗଡରୁ ସୁରେଶ ପୂଜାରୀ ଓ କଳାହାଣ୍ଡିରୁ ବସନ୍ତା ପଣ୍ଡାଙ୍କ ନାଁ ସାମିଲ । ଛଅ ଜଣ ନୂଆ ଚେହେରା ହେଉଛନ୍ତି ସମ୍ବଲପୁରରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରଗଡରୁ ପ୍ରଦୀପ ପୁରୋହିତ , ମୟୂରଭଞ୍ଜରୁ ନବ ଚରଣ ମାଝୀ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, କୋରାପୁଟରୁ କାଲେରାମ ମାଝୀ ଓ ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ ।

ସେହିପରି ବିଜେପି ତାଲିକା ଅନୁସାରେ କେନ୍ଦୁଝରର ଲୋକସଭା ନିର୍ବାଚନ ମଣ୍ଡଳୀରେ ଅନନ୍ତ ନାଏକ, ଭଦ୍ରକରେ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ନରରଙ୍ଗପୁରରୁ ବଳଭଦ୍ର ମାଝୀ, କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡା, ଜଗତସିଂପୁରରେ ବିଭୁ ପ୍ରସାଦ ତରାଇ, ପୁରୀରେ ସମ୍ବି ପାତ୍ର ଓ ଆସ୍କାରେ ଅନିତା ଶୁଭଦର୍ଶିନୀଙ୍କୁ ଦଳ ଟିକେଟ୍ ଦେଇଛି । ଗତଥର ଏହିମାନେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ହେଁ ଏଥର ଏହି ୮ ଜଣଙ୍କୁ ପୁଣି ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ଭରସା କରିଛନ୍ତି ।

କୁହାଯାଉଛି ଟିକେଟ୍ କଟିଥିବା ସାଂସଦ ସୁରେଶ ପୂଜାରୀଙ୍କୁ ବିଧାନସଭା ନିର୍ବାଚନରୁ ପ୍ରାର୍ଥୀ କରିପାରେ ଦଳ । କନ୍ଧମାଳ ଓ ଯାଜପୁରରୁ ସିଟରୁ କାହାକୁ ଦଳ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇ ନାହିଁ । ସେପଟେ ଟିକେଟ୍ ନ ମିଳିବାରୁ ବାଲେଶ୍ୱରରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି ଐରଖାରବେଳ ସ୍ୱାଇଁ । ତାଙ୍କୁ ଗତ ଥର କନ୍ଧମାଳରୁ ଟିକେଟ୍ ଦେଇଥିଲା ଦଳ ।

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।