ଟିକେଟ୍ କଟିବା ପରେ ବସନ୍ତଙ୍କ ପ୍ରତିକ୍ରିୟା, କହିଲେ- ଦଳର ନିଷ୍ପତିକୁ ସ୍ୱାଗତ, କର୍ମୀ ଅଛି ଆଉ ରହିବି


ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଗତକାଲି ପଂଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ଓଡିଶା ପାଇଁ ୨୧ ଲୋକସଭା ଆସନରୁ ୧୮ଟିରେ ପ୍ରାର୍ଥୀ ଘୋଷଣା କରିଛି । ତେବେ ୪ ସାଂସଦଙ୍କ ଟିକେଟ୍ କାଟିଛି ଦଳ । ଏଥିରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନାଁ ସାମିଲ । ଟିକେଟ୍ କଟିବା ପରେ ସୋମବାର ବସନ୍ତଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ଦଳର ନିଷ୍ପତିକୁ ସ୍ୱାଗତ କରୁଥିବା କହିଛନ୍ତି ।

ବସନ୍ତ ପଣ୍ଡା କହିଛନ୍ତି, ଦଳର ନିଷ୍ପତିକୁ ସ୍ୱାଗତ କରୁଛି । ମୁଁ ଜଣେ ବିଜେପିର କର୍ମୀ, ସବୁ ବେଳେ କର୍ମୀ ହୋଇ ରହିବି । ପାର୍ଟି ଯେତେବେଳେ ଯାହା ଦାୟିତ୍ୱ ଦେଇଛି ନିଷ୍ଠାର ସହ ନିର୍ବାହ କରିଛି । ପରିବର୍ତନ ହେଉଛି ସଂସାରର ନିୟମ । ସେ ନିୟମରେ ଆମେ ସମସ୍ତେ ବନ୍ଧା । ଦଳ ଏଥର ନିର୍ବାଚନରେ ଯାହା ଦାୟିତ୍ୱ ଦେବ ତାହା ସୂଚାରୁ ରୂପେ ତୁଲାଇବି ବୋଲି ବର୍ତମାନର ସାଂସଦ ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି ।

ଅନ୍ୟପଟେ ଆଶା ଟିକେଟ୍ ନ ମିଳିବାରୁ ଦଳରେ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବିଜେପି ନେତା ଐରଖାରବେଳ ସ୍ୱାଇଁ । ସେ ଏଥର ବାଲେଶ୍ୱରରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ପ୍ରତାପ ଷଡଙ୍ଗୀଙ୍କୁ ବିଜେପି ଟିକେଟ୍ ମିଳିବା ପରେ ଆଜି ଗଣମାଧ୍ୟମରେ ନିଜର କ୍ଷୋଭ ପ୍ରକାଶ କରି ଖାରବେଳ କହିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ବାଲେଶ୍ୱରରୁ ନିର୍ବାଚନ ଲଢିବେ । ସେ କହିଛନ୍ତି ସ୍ୱାଧୀନ ଭାବେ ନିର୍ବାଚନ ଲଢିବି ଏବଂ ଜିତିଲେ ବିଜେପିରେ ଯୋଗ ଦେବି । ଗତଥର କନ୍ଧମାଳରୁ ମୋତେ ଶେଷ ମୁହୂର୍ତରେ ପ୍ରାର୍ଥୀ କରାଇଥିଲେ ଏବଂ ମୁଁ ଲଢିଥିଲି । ଏଥର କିନ୍ତୁ ବାଲେଶ୍ୱରରୁ ଲଢିବି ବୋଲି କହିଥିଲି । ପାର୍ଟି ଟିକେଟ୍ ଦେଲାନି । କନ୍ଧମାଳରୁ ପ୍ରାର୍ଥୀ କଲେ ମୁଁ ଯିବିନି । ମୁଁ ଏଥର ବାଲେଶ୍ୱରରୁ ହିଁ ନିର୍ବାଚନ ଲଢିବି ।

ଖାରବେଳ ଏହା ମଧ୍ୟ କହିଛନ୍ତି ଯେ, ସେ ବିଜେପି ଛାଡିବେ ନାହିଁ । ଯଦି ଦଳ ତାଙ୍କୁ ବହିଷ୍କାର କରିବ ହେଲେ କରନ୍ତୁ । କିଛି କୁଚକ୍ରୀ ଗୋଷ୍ଠୀ ପାଇଁ ବାଲେଶ୍ୱରରୁ ଟିକେଟ୍ କଟିଛି । ମନମୋହନ ସାମଲ ଓ ଧର୍ମେନ୍ଦ୍ର ପ୍ରଧାନ ମୋ ନାଁ ପଠାଇଥିବାରୁ ସେମାନଙ୍କୁ ଧନ୍ୟବାଦ । ଏଥର ବାଲେଶ୍ୱରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବି ବୋଲି ସେ କହିଛନ୍ତି । ଉଲ୍ଲେଖନୀୟ ୧୪ଶ ଲୋକସଭା ନିର୍ବାଚନରେ ଖାରବେଳ ବାଲେଶ୍ୱରରୁ ନିର୍ବାଚନ ଜିତିଥିଲେ ।

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।