Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରଥମ ଥର ପାଣି ତଳେ ଚାଲିଲା ମେଟ୍ରୋ

କୋଲକାତା: ଇତିହାସ ରଚିଲା କୋଲକାତା ମେଟ୍ରୋ। ପ୍ରଥମ ଥର ପାଣି ତଳେ ଚାଲିଲା ମେଟ୍ରୋ ଟ୍ରେନ। ଏସପ୍ଲାନେଡ ଠୁ ହାୱଡା ମଇଦାନ ଷ୍ଟେସନ ପର୍ଯ୍ୟନ୍ତ ଏହାର ଟ୍ରାଏଲ ଆରମ୍ଭ ହୋଇଛି । ଖୁବ୍‌ ଶୀଘ୍ର ନିୟମିତ ଏହି ପରୀକ୍ଷା ଚାଲିବ ବୋଲି କହିଛି କୋଲକାତା ମେଟ୍ରୋ। ଏହା ହୁଗଲି ନଦୀ ତଳେ ଥିବା ଟନେଲ ଦେଇ ନିଜର ପ୍ରଥମ ଯାତ୍ରା ଆରମ୍ଭ କରିଛି। ମେଟ୍ରୋ ରେକ୍ ସକାଳ ୧୧.୫୫ ରେ ହୁଗଲି ନଦୀ ତଳେ ଚାଲିଥିଲା। ପ୍ରଥମ ପର୍ଯ୍ୟାୟରେ ଦୁଇଟି ମେଟ୍ରୋକୁ ପରୀକ୍ଷାମୂଳକ ବ୍ୟବହାର କରାଯାଇଛି । ଏଥିରେ ମେଟ୍ରୋର ବରିଷ୍ଠ ଅଧିକାରୀ ମାନେ ଯାତ୍ରା କରିଛନ୍ତି  । ପ୍ରଥମେ ସାତ ମାସ ପର୍ଯ୍ୟନ୍ତ ଏସପ୍ଲାନେଡରୁ ହାୱଡା ମଇଦାନ ପର୍ଯ୍ୟନ୍ତ ପରୀକ୍ଷା ମୂଳକ ଭାବେ ଏହି ଅଣ୍ଡରଗ୍ରାଉଣ୍ଡ ସେବା ଆରମ୍ଭ କରାଯିବ  ।

ମେଟ୍ରୋ ଟ୍ରେନ୍‌ କୋଲକାତା ଟୁଇଟ୍ କରି କହିଛି, “କୋଲକାତା ମେଟ୍ରୋ ଇତିହାସ ସୃଷ୍ଟି କରିଛି! ଭାରତରେ ପ୍ରଥମ ଥର ପାଇଁ ଆଜି କୌଣସି ନଦୀ ତଳେ ମେଟ୍ରୋ ଚାଲିଛି! # ଏସପ୍ଲାନେଡ୍‌ଠୁ ହାୱଡା ମଇଦା ପର୍ଯ୍ୟନ୍ତ ନିୟମିତ ଏହି ପରୀକ୍ଷା ଖୁବ ଶୀଘ୍ର ଆରମ୍ଭ ହେବ। କୋଲକାତା ସହର ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।

ବହୁ ଘାତ ପ୍ରତିଘାତ ପରେ ହୁଗୁଳି ନଦୀକୁ ଚିରି ମେଟ୍ରୋ ସେବା ଆରମ୍ଭ ହେବାକୁ ଯାଉଛି। ପରୀକ୍ଷଣ ସଫଳ ହେଲେ ଖିୁବଶୀଘ୍ର ପାଣି ତଳେ ବ୍ୟବସାୟିକ ସେବା ଆରମ୍ଭ ହେବ  । ପ୍ରତିଦିନ ୪.୮ କିଲୋମିଟର ଚାଲିବ ଏହି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ  । ମାତ୍ର ୪୫ ସେକେଣ୍ଡରେ ହୁଗୁଳି ନଦୀ ଭିତରେ ୫୨୦ ମିଟର ରାସ୍ତା ଅତିକ୍ରମ କରିବ ମେଟ୍ରୋ  । ନଦୀ ଶଯ୍ୟାରୁ ୩୨ ମିଟର ତଳେ ଏହି ଟନେଲ ନିର୍ମାଣ କରାଯାଇଛି  ।