ଗୋପାଳପୁର ୨୭/୩
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି କାଉନସିଲ ସମ୍ମିଳନୀ କକ୍ଷ ଠାରେ ଭାଷା ବିଜ୍ଞାନ ବିଭାଗ ଏବଂ ଇଂରାଜୀ, ଇତିହାସ ଓ ସାଧାରଣ ପ୍ରଶାସନ ବିଭାଗ ମିଳିତରେ ଆଜି ଏକ ସ୍ୱତନ୍ତ୍ର ବକୃତା ମାଳା ଅନୁଷ୍ଠିତ ହୋଇଥିଲା l ଏଥିରେ ଇଂରାଜୀ ବିଭାଗର ପ୍ରଫେସର ସ୍ମୃତି ଦାଶ, ଇତିହାସ ବିଭାଗର ଡ଼. ସଦାନନ୍ଦ ନାୟକ, ମୁଖ୍ୟବକ୍ତା ଭାବେ ଜାପାନ ର କୋମଟ ବିଶ୍ଵବିଦ୍ୟାଳୟର ଡ଼. ଜୁଞ୍ଜି ଉମାବେ ଯୋଗା ଦେଇ ଶୀର୍ଷକ
ସଂସ୍କୃତ ଭାଷା ବିଜ୍ଞାନ ସହସ୍ର ବର୍ଷରୁ ଅଧିକ ଜାପାନୀ ସ୍କ୍ରିପ୍ଟକୁ କିପରି ପ୍ରଭାବିତ କରିଥିଲା ତାହାରି ଉପରେ ଆଲୋକପାତ କରିଥିଲେ l ଜାପାନିଜ୍ ସ୍କ୍ରିପ୍ଟ ପରିବର୍ତ୍ତନରେ ବୁଦ୍ଧ ଧର୍ମାବଲମ୍ବୀ ମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଯାହାକୁ ସ୍ଥାନୀୟ ଭାବରେ କାନ ସ୍କ୍ରିପ୍ଟ କୁହାଯାଏ ବୋଲି ନିଜ ମତ ରଖିଥିଲେ l ସଂଯୋଜକ ମେଣ୍ଡମ ବାପୁଜୀ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ l ଶେଷରେ ସଞ୍ଜୟ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା, ଛାତ୍ର, ଛାତ୍ରୀ ଯୋଗ ଦେଇଥିଲେ l