Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ର ପ୍ରସିଦ୍ଧ ଫଗୁନ ପୁନି ଯାତ୍ରା ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ରେ ଚାଲିଥିବା ପ୍ରସିଦ୍ଧ ‘ଫଗୁନ୍ ପୁନି’ ଯାତ୍ରା (ଦୋଳ ଉତ୍ସବ) ଉଦଯାପିତ ହୋଇଯାଇଛି। ଆୟୋଜିତ ହରିହର ଭେଟ୍ କାର୍ଯ୍ୟକ୍ରମରେ ଚମ୍ପାମାଳର ଚମ୍ପେଶ୍ବର ମହାଦେବ , ଟିଠିପାଲିର ରାମେଶ୍ବର , କମଳପୁରର ଗୁପ୍ତେଶ୍ବର ତଥା ବୀରମହାରାଜପୁର ସଦର ସ୍ଥିତ ଜଗନ୍ନାଥ ମନ୍ଦିର , ବାଗବର , କୁମୁରସିଂହା ଓ ଷଣ୍ଢାର ହରି ଆଦି ଦିଅଁମାନେ ଭବ୍ୟ ଶୋଭାଯାତ୍ରାରେ ମେଲଣ ପଡିଆରେ ବିଜେ କରିଥିଲେ । ଏଠାରେ ଦିଅଁମାନଙ୍କ ମଧ୍ୟରେ ଭେଟଘାଟ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ସମୟରେ ଢୋଲ, ନିଶାନ ଓ ଘଣ୍ଟ ଆଦି ବାଦ୍ୟରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇଥିଲା । ଠାକୁରମାନେ ଫଗୁ ରଙ୍ଗର ଅବିରରେ ହୋଲି ଖେଳିବା ସହ ସ୍ଥାନୀୟ ଦୋଳ ମଣ୍ଡପରେ ବିଜେ କରିଥିଲେ । ପଞ୍ଚ ଦୋଳ ପରେ ଦୋଳ ପୂର୍ଣ୍ଣିମା ଦିନ ମନ୍ଦିରରୁ ବାହାରି ବାବା ଚମ୍ପେଶ୍ୱର ଗ୍ରାମ ପରିକ୍ରମା କରି ମେଲଣ ପଡିଆରେ ବିଜେ କରିଥିଲେ । ଚମ୍ପାମାଳର ବାବା ଚମ୍ପେଶ୍ୱର ମେଲଣ ପଡିଆକୁ ଆସିବାରେ କିଛିଟା ବିଳମ୍ବ ଘଟିଥିବାରୁ ହରିହର ଭେଟ କାର୍ଯ୍ୟକ୍ରମ ମଧ୍ୟ ବିଳମ୍ବିତ ହେବାର ଦେଖାଯାଇଥିଲା । ଦୋଳ ପାଇଁ ବୀରମହାରାଜପୁର ନାମଯଜ୍ଞ କମିଟି ତରଫରୁ ୨୪ ପ୍ରହର ନାମଯଜ୍ଞ ମଧ୍ୟ ଆୟୋଜିତ ହୋଇଥିଲା । ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ପୁଲିସ ବାହିନୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ଦାୟିତ୍ୱ ତୁଲାଇଥିଲେ।