Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାସ୍ତା ଅବରୋଧ ପ୍ରତିବାଦରେ ତହସିଲଦାର ଙ୍କୁ ଦାବି ଜଣାଇଲେ ଗ୍ରାମବାସୀ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଅମରପାଲି ପୂର୍ତ୍ତବିଭାଗ ରାସ୍ତା ରୁ ଗୁଦଗୁଦା ଦେଇ ରେଢ଼ାଖୋଲ ସୀମା ପର୍ଯ୍ୟନ୍ତ ଯାଇଥିବା ରାସ୍ତା କୁ ବେଆଇନ ଭାବେ ଅବରୋଧ କରାଯାଉଛି I ଫଳରେ ଲୋକେ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଉକ୍ତ ରାସ୍ତା ଏବେ ଅମର ପାଲି ରୁ କୁଆଖେlଳ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କାମ ଚାଲିଥିବା ବେଳେ ଏହି ରାସ୍ତା ଦେଇ ରେଢ଼ାଖୋଲ , ଚlର୍ମାଳ ଆଦି କୁ ବୀରମହାରାଜପୁର ଅଞ୍ଚଳର ଲୋକେ ଯାତାୟତ କରୁଛନ୍ତି I ସେହିପରି ରେଢାଖୋଲ ଅଞ୍ଚଳର ଗର ଗଡ଼ବାହାଲ , କୁଆଖୋଲ , ଡ଼ଙ୍ଗlପଥର, ଭାଲୁ ଚୁଆ , ହଲଦିନାଲି ଆଦି ଗ୍ରାମବାସୀ ବୀରମହାରାଜପୁର କୁ ଯିବାଆସିବା କରିଥାନ୍ତି I କିନ୍ତୁ କେତେକ ବ୍ୟକ୍ତି ବେଆଇନ ଭାବେ ରାସ୍ତା କୁ ଅବରୋଧ କରିଛନ୍ତି l ଏନେଇ ଅବରୋଧକାରୀ ଙ୍କୁ ରାସ୍ତା ଛାଡିବା ପାଇଁ କରିଥିଲେହେଁ ସେମାନେ ନ ଶୁଣିବାରୁ ବୁଧବାର ଗ୍ରାମବାସୀ ବୀରମହାରାଜପୁର ତହସିଲଦାର ଙ୍କ ଦ୍ୱାରସ୍ଥ ହୋଇଛନ୍ତି l ତହସିଲଦାରଙ୍କ ଅନୁପସ୍ଥିତି ରେ ଅତିରିକ୍ତ ତହସିଲଦାର ସ୍ଵାଗତ କୁମାର ପଣ୍ଡା ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି I