ଗୋପାଳପୁର,୨୮/୦୩
ଗୋପାଳପୁର ବି.ଜେ.ପି ପକ୍ଷରୁ ଗୋଳନ୍ଥରା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ଛତ୍ରପୁର ସ୍ଥିତ ଭାରତୀୟ ବିରଳ ମୂର୍ତ୍ତିକା ର ଅବସରପ୍ରାପ୍ତ ଉପ ପ୍ରବନ୍ଧକ ସୁରେଶ ଚନ୍ଦ୍ର ପାତ୍ର ନିଜ ସମର୍ଥକ ଙ୍କ ବିଜେପି ଦଳରେ ସାମିଲ ହୋଇଥିଲେ। ବ୍ରହ୍ମପୁର ଲୋକସଭା ବିଜେପି ପ୍ରାର୍ଥୀ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ପୂର୍ବତନ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୁଷଣ ଜେନା, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଶରତ ଭାଇ , ପୂର୍ବତନ ଛତ୍ରପୁର ବିଧାୟକ ପ୍ରାର୍ଥୀ ବନମାଳୀ ସେଠୀ ଏବଂ ଜିଲ୍ଲାର ବହୁ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତରେ ଶ୍ରୀ ପାତ୍ର ଆନୁଷ୍ଠାନିକ ଭାବେ ବିଜେପି ପାର୍ଟି ରେ ଯୋଗଦାନ କରିଥିଲେ।
ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଶରତ ଭାଇଙ୍କ ଦ୍ବାରା ବିଜେପି ପାର୍ଟି ତରଫରୁ ସୁରେଶ ଚନ୍ଦ୍ର ପାତ୍ରଙ୍କୁ ଦଳ ତରଫରୁ ଉତ୍ତରିୟ ପ୍ରଦାନ ପୂର୍ବକ ପ୍ରାଥମିକ ସଦସ୍ରେୟତା ପ୍ରଦାନ କରାଯାଇଥିଲା। ଶ୍ରୀ ପାତ୍ର ଛାତ୍ର ଜୀବନରୁ ଖଲ୍ଲିକୋଟ କଲେଜ ଓ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଛାତ୍ର ସଂଗଠନର ଛାତ୍ର ନେତା ଭାବେ ବହୁ ପଦବୀ ରେ ରହି ଆସିଥିବା ସହ ଚାକିରୀ ସମୟରେ ଦୀର୍ଘ ବର୍ଷଧରି ଭାରତୀୟ ବିରଳ ମୂର୍ତ୍ତିକାର ଶ୍ରମିକ ସଂଗଠନ ଓ ଅଫିସର ଆସୋସିଏସନରେ ପଦ ପଦବୀ ରେ ରହିବା ସହ ନେତୃତ୍ବ ନେଇଥିଲେ। ଏହା ସହ ଆଇ ଆର ଇ ରେ ଉପ ପ୍ରବନ୍ଧକ (ପ୍ରଶାସନ) ଓ ଜନସମ୍ପର୍କ ବିଭାଗରେ କାର୍ଯ୍ୟରତ ସମୟରେ ଛତ୍ରପୁର ଅଞ୍ଚଳ ରେ ଜନସମ୍ପର୍କ ସ୍ଥାପିତ ଓ ସି.ଏସ.ଆର ମାଧ୍ୟମରେ ବହୁ ଜନହିତକର କାର୍ଯ୍ୟ କୁ ଆଗେଇ ନେଇଥିଲେ।
ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର ତାଙ୍କର ଛାତ୍ର ସଂଗଠନ , ଶ୍ରମିକ ସଂଗଠନ ଓ ସାମାଜିକ ସଂଗଠନର ଦକ୍ଷତା ଏବଂ ଅଭିଜ୍ଞତା କୁ ବିଜେପି ଦଳ ସକାଶେ ସମର୍ପିତ କରିବା ସକାଶେ ପ୍ରତିଶ୍ରୁତି ବଦ୍ଧ ବୋଲି ମତପୋଷଣ କରିଥିଲେ।