Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଆଇଏମ ସମ୍ବଲପୁରର ଦିଲ୍ଲୀ କ୍ୟାମ୍ପସ ରେ ଏମବିଏ ପପାଠ୍ୟକ୍ରମ ପାଇଁ ଦରଖାସ୍ତ ଆହ୍ୱାନ

ଚିପିଲିମା, ଭାରତର ଅନ୍ୟତମ ପ୍ରମୁଖ ମ୍ୟାନେଜମେଣ୍ଟ ଅନୁଷ୍ଠାନ ଆଇଆଇଏମ ସମ୍ବଲପୁର ଏହାର ଦିଲ୍ଲୀ କ୍ୟାମ୍ପସରେ ଏମବିଏ ଡିଗ୍ରୀ ପ୍ରୋଗ୍ରାମ (୨0୨୪-୨୬)ପ୍ରଦାନ କରୁଥିବାବେଳେ, ଦିଲ୍ଲୀ କ୍ୟାମ୍ପସ ଭାରତର ବ୍ୟବସାୟ, ରାଜନୈତିକ,ଅମଲାତାନ୍ତ୍ରିକ, ଏବଂ ଶିକ୍ଷାକେନ୍ଦ୍ର ଭାବେ ପରିଗଣିତ l ଉଦ୍ୟୋଗୀ ଦକ୍ଷତା ଓ ନବସୃଜନକୁ ସୁଦୃଢ କରିବା ଏବଂ କର୍ମଜୀବୀ, ପ୍ରମୁଖ ଲିଡର ଓ ଉଦ୍ୟୋଗୀଙ୍କୁ ସଂସ୍ଥାର ଅଭିବୃଦ୍ଧି ବଢାଇବା ପାଇଁ ରଣନୀତି ପ୍ରଦାନ କରିବା ଲକ୍ଷ ନେଇ ଏହି ଦୁଇବର୍ଷିଆ ଡିଗ୍ରୀ ପାଠ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି l ଏଥିପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିବାବେଳେ, ଆବେଦନ କରିବାର ଶେଷ ତାରିଖ ଆସନ୍ତା ଏପ୍ରିଲ ୧୫ ରହିଥିବା ସୂଚନା ପ୍ରଦାନ କରାଯାଇଛି l ମିଶ୍ରିତ ମୋଡ଼ରେ ଏହି କାର୍ଯ୍ୟକ୍ରମର ସପ୍ତାହନ୍ତ କ୍ଲାସ ଆୟୋଜିତ ହେବ ଯେଉଁଥିରେ ଦିଲ୍ଲୀର ଆଇଏସଆଇଡି, ବସନ୍ତକୁଞ୍ଜରେ ଥିବା ଆଇଆଇଏମ ସମ୍ବଲପୁରର ଦିଲ୍ଲୀ କ୍ୟାମ୍ପସରୁ ଆନ୍ତର୍ଜାତିକ ଡୁଆଲ ଡିଗ୍ରୀ ହାସଲ କରିବାର ବିକଳ୍ପ ରହିବ l ଏନେଇ ଆଇଆଇଏମ ସମ୍ବଲପୁର ନିର୍ଦ୍ଧେଶକ ପ୍ରଫେସର ମହାଦେବ ଜୟଶ୍ୱାଳ କହିଛନ୍ତି ଯେ “କର୍ମଜୀଵୀଙ୍କ ପାଇଁ ଏମବିଏ (ଏମବିଏ ଫର ୱାର୍କିଙ୍ଗ ପ୍ରଫେସନାଲ )ହେଉଛି ଯେଉଁ କର୍ମଜୀବୀ ମାନଙ୍କ ପାଇଁ ଏକ ବ୍ୟାପକ କାର୍ଯ୍ୟକ୍ରମ ଯେଉଁମାନେ କ୍ରମଶଃ ଜଟିଳ ଓ ପ୍ରତିଯୋଗୀମୂଳକ
ବିଶ୍ୱ ପରିପେକ୍ଷିରେ ନେତୃତ୍ୱ ନେବା, ପରିବର୍ତ୍ତନ କରିବା ଏବଂ ଉତ୍କୃଷ୍ଟ ହେବାକୁ ଚାହୁଁଛନ୍ତି l ଏହି ବିକଳ୍ପ ଅନ୍ତର୍ଜାତୀୟ ଡୁଆଲ ଡିଗ୍ରୀ ପ୍ରୋଗ୍ରାମ ପେସାଦାରମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି l ଯେଉଁମାନେ ନିଜ ନିଜ ବୃତ୍ତିରେ ନିୟୋଜିତ କରିବାକୁ ଚାହାଁନ୍ତି ଏବଂ ଏଥି ସହିତ ସେମାନଙ୍କର ପରିଚାଳନା ଦକ୍ଷତା ଏବଂ ଜ୍ଞାନକୁ ସୁଦୃଢ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଖରେ ଡାଟା ସାଇନ୍ସ, ପ୍ରଡକ୍ଟ ମ୍ୟାନେଜମେଣ୍ଟ, ଉଦ୍ୟୋଗ, ସ୍ଥାୟିତ୍ୱ, ବିପଦ ପରିଚାଳନା ଏବଂ ଅନ୍ୟାନ୍ୟ କାର୍ଯ୍ୟକାରୀ ବିଷୟରେ ବିଶେଷଜ୍ଞ ହେବାର ବିକଳ୍ପ ରହିଛି l ଏଥିରେ ଏନଏସଇ ଏକାଡେମୀରୁ ଗ୍ଲୋବାଲ ଏଣ୍ଟରପ୍ରାଇଜ ରିସ୍କ ମ୍ୟାନେଜମେଣ୍ଟ ସାର୍ଟିଫିକେଟ ଏବଂ ପ୍ରଫେସର ଅଶ୍ୱଥ ଦାମୋଦରଙ୍କ ସହ ବ୍ୟବସାୟ ମୂଲ୍ୟାୟନ ପ୍ରଶିକ୍ଷଣ ଆଦି ଅନ୍ତର୍ଭୁକ୍ତ l ଯୋଗ୍ୟତା ବାବଦରେ ସୂଚାଇ ଦିଆଯାଇଛି କି ଆବେଦନକାରୀ ସର୍ବନିମ୍ନ ୫୦% ମାର୍କ ସହ ଯେ କୌଣସି ବିଷୟରେ ସ୍ନାତକ କିମ୍ବା ସମାନ ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ l ଆବେଦନର ଶେଷ ତାରିଖ ସୁଦ୍ଧା ସ୍ନାତକ ଡିଗ୍ରୀ ହାସଲ କରିବାପରେ ଆବେଦନକାରୀଙ୍କ ସର୍ବନିମ୍ନ ତିନି ବର୍ଷର ପୂର୍ଣ୍ଣକାଳୀନ ପରିଚାଳନାଗତ କିମ୍ବା ବୃତ୍ତିଗତ ଅଭିଜ୍ଞତା ଥିବା ଆବଶ୍ୟକ l ଏହି କାର୍ଯ୍ୟକ୍ରମ ସମସ୍ତ ଜାତୀୟତା ପାଇଁ ଖୋଲା ରହିଥିବା କୁହାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ