Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୟନିୟ ହୋଇ ପଡିଛି ଠାକୁରପୁର ରାସ୍ତା ; ଯିବାଆସିବା କରୁଥିବା ଲୋକ ହୀନସ୍ତା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ପଞ୍ଚାୟତ ଅନ୍ତର୍ଗତ ଠାକୁରପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ବିପଦପୂର୍ଣ୍ଣ ତଥା ଦୟନୀୟ ଅବସ୍ଥାରେ ପଡ଼ିରହିଛି । ଉକ୍ତ ରାସ୍ତାଟି ବୀରମହାରାପୁର – କଦଳିଗଡ ମୁଖ୍ୟ ରାସ୍ତା ଠାରୁ ଠାକୁରପୁର ଦେଇ ଅନୁଗୋଳ ଜିଲ୍ଲା କିଆକଟା ପଞ୍ଚୟତ ଅନ୍ତର୍ଗତ ଶଙ୍ଖମାଳ ଗ୍ରାମ ଦେଇ ବୌଦ୍ଧ ଓ ଆଠମଲ୍ଲିକ କୁ ସଂଯୋଗ କରିଥାଏ । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ବହୁ ଜନସାଧାରଣ ତଥା ଛାତ୍ରଛାତ୍ରୀ ମାନେ ଯିବା ଆସିବା କରିଥାନ୍ତି । ଏଭଳି ଦୟନୀୟ ରାସ୍ତା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।‌ ବିଭିନ୍ନ ସମୟରେ ଏହି ରାସ୍ତା ଉପରେ ଛୋଟ ବଡ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । ଠାକୁରପୁର ଓ ଶଙ୍ଖମାଳ ମଧ୍ୟରେ ଥିବା କେରଣ୍ଡିଯୋର ପୋଲ ଉପରେ ୨୦୨୧ ମସିହା ରେ ବିଜୁ ସେତୁ ଯୋଜନାରେ ୭ କୋଟି ୪୬ ଲକ୍ଷ ୯୪ହଜାର ଟଙ୍କା ବ୍ୟୟ ରେ ବିଜୁ ସେତୁ ନିର୍ମାଣ ହୋଇଛି। କିନ୍ତୁ ସେତୁ ର ଉଭୟ ପାଶ୍ୱ ରାସ୍ତା ଅସମ୍ପୂର୍ଣ୍ଣ ଭାବେ ପଡି ରହିଛି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଉଭୟ ପାର୍ଶ୍ବର ରାସ୍ତା ନିମ୍ନ ମାନର ଓ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।‌ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଉକ୍ତ ରାସ୍ତା ଉପରେ ସ୍ଥାନୀୟ ଲୋକେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଠାକୁରପୁର ରାସ୍ତା ଓ ଶଙ୍ଖମାଳ ରୁ ସେତୁ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡିଛି। ଠାକୁରପୁର ରାସ୍ତା କାଦୁଅ ପଚ୍ ପଚ୍ ହୋଇଥିବାବେଳେ ଶଙ୍ଖମାଳ ରୁ ସେତୁ ପର୍ଯ୍ୟନ୍ତ ରାସ୍ତା ମେଟାଲ ବାହାରି ପଡ଼ିଛି। ଏହି ରାସ୍ତା ଦେଇ ଡୁଲେଶ୍ୱର ହାଇସ୍କୁଲ କୁ ଛାତ୍ର ଛାତ୍ରୀ ପାଠ ପଢି ଯାଉଥିବା ବେଳେ ଶହ ଶହ ଲୋକ ଯିବା ଆସିବା କରୁଛନ୍ତି। ସାମାନ୍ୟ ବର୍ଷା ରେ ମଧ୍ୟ ରାସ୍ତା ଟି କାଦୁଅ ହୋଇ ଯାଉଥିବାରୁ ଛାତ୍ର ଛାତ୍ରୀ ତଥା ଯିବା ଆସିବା କରୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଳେ ବେଳେ ସାଇକଲ ଓ ମୋଟର ସାଇକଲ ରୁ ଲୋକମାନେ ପଡ଼ିଯିବର୍ ଦେଖିବାକୁ ମିଳୁଛି। ଏ ରାସ୍ତା ପ୍ରତି ପ୍ରଶାସନିକ ଦୃଷ୍ଟି ଦେବା ଜରୁରୀ ବୋଲି ସାଧାରଣରେ ଆଲୋଚନା ହେଉଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ