Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବିନ୍ଦପାଲି ଓ ଘୁଡୁକାଟିକ୍ରା ଶିଶୁ ମନ୍ଦିର ରେ ପ୍ରଥମ ଦିନୋତ୍ସବ,ନବାଗତ ଛାତ୍ରୀଛାତ୍ରଙ୍କୁ ଫୁଲଚନ୍ଦନ ଦେଇ ସ୍ୱାଗତ

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ ଜୋନ ୨ ଅନ୍ତର୍ଗତ ଗୋବିନ୍ଦପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଉତ୍କଳ ଦିବସ ତଥା କୁନି କୁନି ପିଲା ମାନଙ୍କ ବିଦ୍ୟାଳୟରେ ନୂତନ ଆଗମନ ପରିପେକକ୍ଷୀରେ ପ୍ରଥମ ଦିନଉତ୍ସବ ସମାରୋହରେ ପାଳନ କରାଯାଇଛି।ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଜଗବନ୍ଧୁ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନବାଗତ କୁନାକୁନି ଛାତ୍ରଛାତ୍ରୀଙ୍କୁ ପ୍ରବେଶ ଦ୍ୱାର ସମ୍ବୁଖରେ ପବିତ୍ର ଜଳରେ ପାଦଧୌତ କରି ଫୁଲ ଚନ୍ଦନ ଦେଇ ବିଦ୍ୟାଳୟ ଭିତରକୁ ପାଛୋଟି ଆଣିବା ସହିତ ଏକ ସୁନ୍ଦର ବାତାବରଣ ସହିତ ସେମାନଙ୍କ ମଙ୍ଗଳ ତଥା ବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି କାମନା କରି ଶ୍ରୀ ସତ୍ୟ ନାରାୟଣ ପୂଜା କରାଯାଇଥିଲା। ସମସ୍ତ ରୀତିନୀତି ସହ ପୂଜା, ହବନ, ଆରତୀ, ପୁଷ୍ପଞ୍ଜଳି ଆଦି ପୂଜାକାର୍ଯ୍ୟ ପଣ୍ଡିତ ସୁବାଷ ନାୟକ ସମ୍ପାଦନ କରିଥିବାବେଳେ,, ବିଦ୍ୟାଳୟ ସହଯୋଗୀ ଆଚାର୍ଯ୍ୟ ଅକ୍ଷୟ ପଣ୍ଡା ସହଯୋଗ କରିଥିଲେ l କର୍ତ୍ତା ଭାବରେ ସପ୍ତମ ଶ୍ରେଣୀ ଛାତ୍ର ସୋମ ସାମନ୍ତରାୟ ଦାୟିତ୍ୱ ସମ୍ପାଦନ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ସମସ୍ତ ଗୁରୁଜୀ, ଗୁରୁମା ,ସେବୀକା ତଥା ଅଭିଭାବକ, ଅଭିଭାବିକା ସହଯୋଗ କରିଥିଲେ। ସେହିପରି କଳାମାଟି ପଞ୍ଚାୟତ ଘୁଡକା ଟିକ୍ରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ମଧ୍ୟ ପ୍ରଧାନ ଆଚାର୍ଯ୍ୟ କରୁଣାକର ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଥମ ଦିନଉତ୍ସବ ତଥା ଉତ୍କଳ ଦିବସ ସମାରୋହରେ ପାଳିତ ହୋଇଥିଲା। ନୂତନ ଭାବରେ ବିଦ୍ୟାଳୟରେ ନବାଗତ କୁନାକୁନି ଛାତ୍ରଛାତ୍ରୀଙ୍କୁ ବିଧିମୁତାବକ ପାଦ ଧୋଇ ଫୁଲଚନ୍ଦନ ଦେଇ ସ୍ୱାଗତ କରାଯାଇ ସେମାନଙ୍କ ଅଭିଭାବକ ମାନଙ୍କୁ ନେଇ ପୂଜା,ହବନ,ଆରତୀ, ପୁଷ୍ପାଞ୍ଜଳି କରାଯାଇଥିଲା।ବକ୍ତା ଭାବେ ସ୍ଥାନୀୟ ପ୍ରଭୁଭକ୍ତି ଆଶ୍ରମ ସ୍ୱାମୀ ଦେବନନ୍ଦ ଶାସ୍ତ୍ରୀ ଯୋଗଦେଇ ପିଲାଙ୍କୁ ଶୁଭାଶିଷ ପ୍ରଦାନ କରିଥିବା ବେଳେ ,ପ୍ରବେଶ ଦିବସ ଉପରେ ବିଦ୍ୟାଳୟ ବରିଷ୍ଠ ଆଚାର୍ଯ୍ୟl ବାସନ୍ତୀ ପ୍ରଧାନ ପ୍ରାଞ୍ଜଳ ଭାବରେ ଅଭିଭାଷଣ ରଖିଥିଲେ।।ବିଦ୍ୟାଳୟ ସମସ୍ତ ଆଚାର୍ଯ୍ୟ , ଆଚାର୍ଯ୍ୟl, ସେବୀକା ତଥା ଅଭିଭାବକ, ଅଭିଭାବିକା ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ