Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜଙ୍ଗଲରେ ଦେଖା ଦେଇଛି ଜଳାଭାବ ; ବନ୍ୟ ପ୍ରାଣୀଙ୍କ କିଏ କରିବ କଷ୍ଟ ଲାଘବ

ବୀରମହାରାଜପୁର : (ସୌମୀତ୍ରି ମେହେର) ସମ୍ପ୍ରତ୍ତି ପ୍ରଚଣ୍ଡ ରୌଦ୍ରତାପ ତଥା ଖରାର ପ୍ରକୋପ ଯୋଗୁଁ ଜଙ୍ଗଲରେ ଜଳାଭାବ ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବନ୍ୟପ୍ରାଣୀ ପାଣି ପାଇଁ ଡହଳବିକଳ ହୋଇ ପଡ଼ୁଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବନ୍ୟାଞ୍ଚଳ ର ସୁବଳୟା ରେଞ୍ଜର ଅଧିନରେ ଥିବା  ଜଙ୍ଗଲ ମାନଙ୍କରେ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ପୋଖରୀ ଖନନ କରାଯାଇଛି। ହେଲେ ଅନେକ ପୋଖରୀ ରେ ପାଣି ନଥିବା ଅଭିଯୋଗ ହେଉଛି। ସରକାର ଙ୍କ ରାଜସ୍ବ ରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ରେ ବନ୍ୟଜନ୍ତୁ ଙ୍କ ପିଇବା ପାଣି ପାଇଁ ପୋଖରୀ ଖନନ କରିଥିଲେ ମଧ୍ୟ ତାହା ନ କରିବା ସଙ୍ଗେ ସମାନ। ବର୍ତ୍ତମାନ ଜଙ୍ଗଲରେ ବିଚରଣ କରୁଥିବା ପ୍ରାଣୀଙ୍କ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିଛି । ଗ୍ରାମ୍ୟ ଜଙ୍ଗଲ ଓ ସଂରକ୍ଷିତ ଜଙ୍ଗଲ ସବୁ ଆଡ଼େ ଜଳ ସଙ୍କଟ ଯୋଗୁଁ ବନ୍ୟପ୍ରାଣୀ ଜନବସତି ମୁହାଁ ହେଉଛନ୍ତି। ଫଲରେ ଅନେକ ସମୟରେ ଶିକାରୀ ହାବୁଡ଼ରେ ପଡୁଥିବା ଦେଖିବାକୁ ମିଳୁଛି । ବନ୍ୟପ୍ରାଣୀ ଙ୍କ ପାଇଁ ବନ ବିଭାଗ ପକ୍ଷରୁ କେତେ ଜଳାଶୟ ଖୋଳା ଯାଇଛି ତାହାର ହିସାବ କାହା ପାଖରେ ନାହିଁ । ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି ।