Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋ କଜ୍ ନୋଟିସର ଉତର ଦେଲେ ସୁର, ଜାଣନ୍ତୁ କଣ କହିଲେ

ଭୁବନେଶ୍ୱର: ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ମାଗିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସୁରଙ୍କ ଅଡୁଆ ବଢିବାରେ ଲାଗିଛି। ତାଙ୍କୁ ସୋ କଜ୍ ନୋଟିସ୍ ଜାରି କରିଛି କଂଗ୍ରେସ । ଆଉ ଆଜି କାରଣ ଦର୍ଶାଅ ନୋଟିସର ଉତର ରଖିଛନ୍ତି ସୁର ରାଉତରାୟ । କଂଗ୍ରେସ ଭବନରେ ପିସିସି ସଭାପତିଙ୍କୁ ଭେଟି ନିଜର ଜବାବ ରଖିଛନ୍ତି । କୌଣସି ସଭା ସମିତିରେ ପୁଅ ପାଇଁ ଭୋଟ୍ ମାଗି ନ ଥିବା ସେ କହିଛନ୍ତି । ସୋସିଆଲ ମିଡିଆ କଥାକୁ ଯୋଡି ଅପପ୍ରଚାର କରାଯାଉଛି । ମଲା ଯାଏ କଂଗ୍ରେସରେ ସେ କାମ କରିବେ ବୋଲି କହିଛନ୍ତି ।

ଏହା ପୂର୍ବରୁ ଗତକାଲି ସୁର କହିଥିଲେ ଯେ, ମୁଁ କଂଗ୍ରେସର ଲୋକ । କଂଗ୍ରେସରେ ରହି ମରିବି । ପୁଅର ପ୍ରଚାରକୁ ଯାଇନି କି ସିମ୍ବଲ ଧରିନି । ମୁଁ କୌଣସି ରାଜନୈତିକ ଭାଷଣ ଦେଇନି । ଦଳ ଯାହା ଦଣ୍ଡ ଦେବ ମୁଁ ରାଜି ବୋଲି ସୁର କହିଥିଲେ । ଭାଇରାଲ ଭିଡିଓ ଅନୁଯାୟୀ, ବିଧାନସଭା ଓ ଲୋକସଭାରେ ଶଙ୍ଖ ଚିହ୍ନକୁ ଭୋଟ୍ ଦେବା ପାଇଁ ଲୋକଙ୍କୁ ଅପିଲ୍ କରିବେ ବୋଲି ସୁର ରାଉତରାୟ କହୁଥିବା ଦେଖିବାକୁ ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ