Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଆଜ ଚାଷି ଙ୍କୁ ମିଳୁନାହିଁ ଉପଯୁକ୍ତ ମୂଲ୍ୟ, ଦଲାଲ ଙ୍କ ହାତରେ ଟେକି ଦେଉଛି ଝାଲବୁହା ପରିଶ୍ରମ ର ମୂଳ।

କୋକସରା୦୫/୦୪
କୋକସରା ବ୍ଲକ ର ଅନେକ ପଞ୍ଚାୟତ ରେ ଚାଷୀମାନେ ଖରିଫ ଧାନ ଚାଷ ଅମଳ ପରେ ପିଆଜ ଚାଷ କରି ଜୀବନ ଜୀବିକା ସହ ପରିବାର ପ୍ରତିପୋଷଣ କରୁଥିବା ବେଳେ ପରିଶ୍ରମ ତୁଳନାରେ ଚାଷି ଙ୍କୁ ଉପଯୁକ୍ତ ମୂଲ୍ୟ ମିଳୁନାହିଁ ବୋଲି ପିଆଜ ଚାଷି ଅଭିଯୋଗ କରିଛନ୍ତି।
କୋକସରା ବ୍ଲକ ର ଗୋତୋମୁଣ୍ଡା, ପୋଡ଼ାଗୁଡା, ଟେମରା,ମାଝୀଗୁଡା, ଆମପାଣି,ଫୁଫଗାଁ, କାଶିବାହାଲ, ଖୁଣ୍ଟିଆ,ଡ଼ହଗାଁ,ଗମ୍ଭାରୀଗୁଡା ଆଦି।ପଞ୍ଚାୟତ ଅଞ୍ଚଳ ର ମାଟି ପିଅଜ ଚାଷ ପାଇଁ ଉର୍ବର ଓ ଉପଯୋଗୀ ହୋଇଥିବା କାରଣରୁ ଏହି ମାଟି ରେ ଭଲ ପିଆଜ ଅମଳ ହେଉଥିବା ଯୋଗୁ ପିଆଜ ଚାଷ ଉପରେ ନିର୍ଭର କରି ପ୍ରତିବର୍ଷ ଚାଷ କରୁଥିବା ବେଳେ ଅମଳ ପରେ ଉପଯୁକ୍ତ ବଜାର ବ୍ୟବସ୍ଥା କିମ୍ବା ଶିତଲଭଣ୍ଡାର ନ ଥିବା କାରଣ ରୁ ପିଆଜ ଚାଷି ଅଭାବୀ ବିକ୍ରି ର ଶିକାର ହେଉଛନ୍ତି। ବ୍ଲକ ଉଦ୍ୟାନ କୃଷି ବିଭାଗ ରୁ ମିଳିଥିବା ସୂଚନା ମତେ ବ୍ଲକ ରେ ୧୫ ହେକ୍ଟର ପିଆଜ ଚାଷ ପାଇଁ ଚାଷି ଙ୍କୁ ବିହନ ଯୋଗାଇ ଦିଆଯାଇଛି ବୋଳି ଜଣାପଡିଛି।ତେବେ ବେସରକାରୀ ଭାବେ ଅନୁଧ୍ୟାନ କଲେ ବ୍ଲକ ରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ହେକ୍ଟର ଚାଷଜମି ରେ ପିଆଜ ଚାଷ ହୋଇଛି। ଗୋତୋମୁଣ୍ଡା ପଞ୍ଚାୟତ ର ଗୋତମୁଣ୍ଡା,ପିପଲ ଝାପର, ଥୁଟିବାର,ଚୋରନି ଦୁଆର, ଟେମରା ପଞ୍ଚାୟତ ର ଟେମରା, କରଲାଗୁଡା, ବୋବରିଆ, ପୋଡ଼ାଗୁଡା ପଞ୍ଚାୟତ ର ସାନ ପୋଡ଼ାଗୁଡା,ନେଗିଗୁଡା,କୁଳେରଗୁଡା,ବଡ଼ପୋଡ଼ାଗୁଡା ପଞ୍ଚାୟତ ତଲାଗାଁ, ଭାଳିଆଯୋର,ଡ଼ହଗାଁ ପଞ୍ଚାୟତ ର ସର୍ଗିଗୁଡ଼ା ଅଞ୍ଚଳ ରେ ଚାଷୀମାନେ ପ୍ରାୟ ୧୦୦ ରୁ ଉର୍ଦ୍ଧ ଏକଡ଼ ଚାଷଜମି ରେ ପିଆଜ ଚାଷ କରିଥିବା ବେଳେ,ଏବେ ପିଆଜ ଅମଳ ଆରମ୍ଭ ହୋଇଛି । ପରିବାର ର ବୟସ୍କ ଠାରୁ ଆରମ୍ଭ କରି ମହିଳା ପିଲାଛୁଆ ସମସ୍ତେ ବିଲ ରୁ ପିଆଜ ରେ ଲାଗି ପଡିଛନ୍ତି। ପିଆଜ କୁ ବିଲ ରୁ ସଂଗ୍ରହ କରି ଟାଣ ଖରାରେ ଶୁଖାଇ ସାପ୍ତାହିକ ବଜାର କିମ୍ବା ବେପାରୀ ଙ୍କୁ କ୍ୱିଣ୍ଟାଳ ପ୍ରତି ୧୨୦୦/୧୩୦୦ ମଧ୍ୟରେ ବିକ୍ରି କରୁଥିବା ନେଇ ଗୋତୋମୁଣ୍ଡା ପଞ୍ଚାୟତ ର ପିଆଜ ଚାଷି ଲକ୍ଷ୍ମୀଧର ପଟେଲ,ବିରେନ ନାଗ,ସତ୍ୟ ନାଗ,ରାମଲାଲ ନାଗ, ଶିଵ ନାଗ, ଭୋଳା ନାଗ,ପୂର୍ଣ୍ଣଚନ୍ଦ୍ର ନିଆଲ,ସପୁର ନାଗ, ପ୍ରମୁଖ ଚାଷୀମାନେ କହିଛନ୍ତି। ଚଳିତ ବର୍ଷ କାଳବୈଶାଖୀ ବର୍ଷା କାରଣ ରୁ ଅନେକ ଚାଷି ଙ୍କ ପିଆଜ ଚାଷ ନଷ୍ଟ ହୋଇଥିବା ନେଇ ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି। ପିଆଜ ଚାଷ ସଂରକ୍ଷଣ କିମ୍ବା ଶିତଲଭଣ୍ଡାର ପାଇଁ କୌଣସି ବ୍ୟବସ୍ଥା ସରକାରୀ ସ୍ତରରେ ନାହିଁ, ଫଳରେ ୩ ମାସ ର ଝାଲବୁହା ପରିଶ୍ରମ ର ଫଳ କୁ ଶାଗ ମାଛ ଦର ରେ ବେପାରୀ,ଦଲାଲ ଙ୍କୁ ଟେକି ଦେଉଛନ୍ତି ପିଆଜ ଚାଷି। ପିଆଜ ଚାଷ ସମ୍ପର୍କରେ କୋକସରା ଉଦ୍ୟାନ କୃଷି ସହକାରୀ ଅଧିକାରୀ ସୌରଭ ପାଣିଗ୍ରାହୀ ଙ୍କୁ ପ୍ରତିକ୍ରିୟା ନେବାରୁ ବ୍ଲକ ରେ ରବି ଋତୁ ରେ ୧୫ ହେକ୍ଟର ଚାଷ ପାଇଁ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇଛି ଓ ପିଆଜ ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ କୃଷି ଉଦ୍ୟାନ ଯୋଜନା ମାଧ୍ୟମରେ ବ୍ଲକ କୁ ବର୍ଷ ରେ ଗୋଟିଏ ମାତ୍ର ଗୋଟିଏ ପିଆଜ ସଂରକ୍ଷଣ ଗୃହ ଆସୁଛି,ଏଥିରେ ୨୫ ମେଟ୍ରିକ ଟନ ପିଆଜ ରଖିବା ପାଇଁ ବ୍ୟବସ୍ଥା ରହିଛି, ତେବେ ଚାଷ ତୁଳନାରେ ତାହା ଯଥେଷ୍ଟ ନୁହେଁ।ଏଣୁ ଚାଷୀ ଙ୍କ ପିଆଜ ସଂରକ୍ଷଣ ପାଇଁ ଅସୁବିଧା ହେଉଛି, ବିଭାଗ କୁ ଏନେଇ ଆମେ ଅବଗତ କରିବୁ ବିଭାଗ ଯାହା ପଦକ୍ଷେପ ନେବ ବୋଳି କହିଛନ୍ତି।