Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନାପୁର ମେରାଇନ୍‌ ଥାନାରେ ଅଗ୍ନିକାଣ୍ଡ।ଥାନା ଅଧିକାରୀ ଙ୍କ ମୋଟରସାଇକେଲ ସମେତ ଜବତ ସ୍କୁଟି ଜଳିଗଲା।ଅଳ୍ପକେ ବର୍ତ୍ତିଲେ ପୁଲିସ କର୍ମଚାରୀ

ଗୋପାଳପୁର,୦୭/୦୪
ବ୍ରହ୍ମପୁର ପୁଲିସ ଜିଲ୍ଲା ଅନ୍ତର୍ଗତ ସୁନାପୁର ଠାରେ ଥିବା ସୁନାପୁର ମେରାଇନ୍‌ ଥାନାରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଥାନାରେ ଥିବା ଦୁଇଟି ମୋଟରସାଇକେଲ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣାରୁ ‌ପୁଲିସ କର୍ମଚାରୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି।
ଆଜି ଅପରାହ୍ନରେ ମେରାଇନ୍‌ ଥାନା‌ର ଉପର ମହଲାରେ ପୁଲିସ କର୍ମଚାରୀମାନେ ତାଙ୍କର କାମ କରୁଥିଲେ। ତଳ ମହଲରେ ଥାନା ଅଧିକାରୀ ଦେବେନ୍ଦ୍ର କୁମାର ସାହୁଙ୍କ ସମତେ କିଛି ପୁଲିସ କର୍ମଚାରୀଙ୍କ ମୋଟରସାଇକେଲ ରହିଥିଲା। ଏହି ସମୟରେ ହଠାତ୍‌ ବିଦ୍ୟୁତ ସ୍ବିଚ୍‌ବୋର୍ଡ଼ରୁ ସର୍ଟସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଯାହାଫଳରେ ନିଆଁ ଲାଗିଥିବା ସ୍ଥାନରେ ଥିବା ଇନ୍‌ଭେଟର୍‌ରେ ସଂଯୋଗ ହୋଇ ଯାଇଥିଲା। ଫଳରେ ନିଆଁ ଅଧିକ ଜୋରରେ ଜଳିବା ସହ ଇନଭରଟର ଟି ମଧ୍ୟ ଜଳି ଯାଇଥିଲା। ଚାରିଆଡ଼େ ନିଆଁ ବ୍ୟାପିବାରୁ ନିକଟରେ ଥିବା ଥାନା ଅଧିକାରୀଙ୍କ ବାଇକ୍‌ ଓ ଏକ ସ୍କୁଟି ଜଳି ଯାଇଛି। ସ୍କୁଟିଟି ଏକ ମାମଲାରେ ଜବତ ହୋଇଥିବା ପୁଲିସ ତରଫରୁ ସୂଚନା ଦିଆଯାଇଛି। ନିଆଁ ବ୍ୟାପୁଥିବା ଦେଖି କିଛି କର୍ମଚାରୀ ସାହସ କରି ନିକଟରେ ଥିବା ଆଉ ଏକ ବାଇକ୍‌କୁ ସେଠାରୁ ବାହାର କରି ଆଣିଥିଲେ। ଥାନା ଅଧିକାରୀ ଙ୍କ ମୋଟରସାଇକେଲ ଓ ସ୍କୁଟି ଟି ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ଥାନା ପରିସର ଧୂଆଁମୟ ହୋଇ ଯାଇଥିଲ। ଅଗ୍ନିକାଣ୍ଡରେ ସ୍ବିଚ୍‌ବୋର୍ଡ଼, ଇନ୍‌ଭେଟର୍‌, ବିଦ୍ୟୁତ ତାର ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି। ସେହିପରି କୌଣସି ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇ ନଥିବା ଜଣାପଡିଛି ।କନିଷି ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories