Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଖନପୁର ବ୍ଲକ ନାଗରିକ ପରିଷଦ ବୈଠକ

ଝାରସୁଗୁଡା ୮/୪ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ରେମତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୋହଦୀ ଗ୍ରାମ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଲଖନପୁର ବ୍ଲକ ନାଗରିକ ପରିଷଦ ଆହ୍ୱାନ କ୍ରମେ ସୋମବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଲଖନପୁର ବ୍ଲକ ନାଗରିକ ପରିଷଦ ସଭାପତି ପିତାମ୍ବର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନ ଧରି କରି ଆସୁଥିବା ଦାବି ବ୍ଲକ ବିଭାଜନ ଓ ସବଡିଭିଜ ପ୍ରସଙ୍ଗ ଉପରେ ସରଗରମ ଆଲୋଚନା ହୋଇଥିଲା । ଝାରସୁଗୁଡା ଜିଲ୍ଲାର ୩୩ ଟି ପଞ୍ଚାୟତକୁ ନେଇ ଗଠିତ ସର୍ବ ବୃହତ ଲଖନପୁର ବ୍ଲକକୁ ତିନୋଟି ବ୍ଲକରେ ବିଭାଜନ କରିବା ସହିତ ତହସିଲ କୁ ଏକ ସବଡିଭିଜରେ ପରିଣତ ନ କଲେ ଏ ଅଞ୍ଚଳର ବିକାଶ ଅସମ୍ଭବ । ବିଶେଷ କରି ବ୍ଲକର ସୀମାନ୍ତ ୧୯ ଖଣ୍ଡ ମୌଜା ଓ ଜୋନ ୩ ଅଞ୍ଚଳ ସଦା ସର୍ବଦା ଅବହେଳିତ ଅବସ୍ଥାରେ ରହିଛି । ଏ ଅଞ୍ଚଳ ପ୍ରତି ନିର୍ବାଚିତ ଜନ ପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀଙ୍କ କାହାରି ଦୃଷ୍ଟି ପଡୁନାହିଁ । ତେଣୁ ଏହି ଆନ୍ଦୋଳନକୁ ଆହୁରି ଶାଣିତ କରିବା ପାଇଁ ପ୍ରତ୍ୟେକ ଗାଁରେ ସଭା ସମିତି ଆୟୋଜନ କରି ଜନ ସାଧାରଣଙ୍କୁ ସଚେତନତା କରାଯିବା ନିମନ୍ତେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା । ଏହା ବ୍ୟତୀତ ସାମୁହିକ ଭାବେ ଆଗାମୀ ସାଧାରଣ ନିର୍ବାଚନକୁ ବର୍ଜନ କରିବାକୁ ମଧ୍ୟ ଉପସ୍ଥିତ ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ । କିନ୍ତୁ ଚଳିତ ମାସ ୧୪ ତାରିଖ ରବିବାର ଅପରାହ୍ନ ୪ ଟା ସମୟରେ ବାଦୀମାଲ, କନକତୋରା,ପିଥିଣ୍ଡା,ଚାରପାଲି,ରେମତା ଓ କଣ୍ଡେଇକେଲା ଏପରି ୬ ଟି ପଞ୍ଚାୟତର ଅଞ୍ଚଳବାସୀ ଙ୍କୁ ନେଇ ମୁରଲୀପାଲି ହାଇସ୍କୁଲ ପଡ଼ିଆରେ ହେବାକୁ ଥିବା ସାଧାରଣ ବୈଠକରେ ଏ ବିଷୟରେ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସଭାପତି ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଉକ୍ତ ବୈଠକରେ ସଭାପତି ଶ୍ରୀ ମିଶ୍ରଙ୍କ ସହିତ ନିମାଇଁ ସାହୁ,ଜୟବନ୍ତ ସାହୁ, ଗଙ୍ଗାଧର ପାଢ଼ୀ,ଭୀମ ପଧାନ, ରଘୁମଣି ଭୋଇ,ନନ୍ଦଲାଲ ସାହୁ, ଡିଲେଶ୍ୱର ଭୋଇ,ରୋହିତ ସାହୁ, ଗୁରୁଚରଣ ସାହୁ, ପ୍ରଶାନ୍ତ ସାହୁ, ତରଣୀ ସାହୁ,ମଙ୍ଗଲବତୀ ସାହୁ,ବିଳାସିନୀ ମାଝୀ,ମାଧବୀ ପାଢ଼ୀ, ଇଛା ଭୋଇ, ରୁପା ମାଝୀଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ