Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭିକମପାଲି ଅଷ୍ଟ ପ୍ରହରୀ ନାମଯଜ୍ଞ ଉଦଯାପିତ

ଝାରସୁଗୁଡା ୮/୫ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ମା ପଦ୍ମାସିନୀ ମନ୍ଦିର ପରିସରରେ ଅନୁଷ୍ଠିତ ଅଷ୍ଟ ପ୍ରହରୀ ନାମଯଜ୍ଞ ଭକ୍ତିମୟ ପରିବେଶ ମଧ୍ୟରେ ଉଦଯାପିତ ହୋଇ ଯାଇଛି । ଶୁକ୍ରବାର ଶୁଭ ଲଗ୍ନେ କଳସ ଯାତ୍ରା, ଶୁଭ ଅଧିବାସ ହୋଇଥିବା ବେଳେ ଶନିବାର ସକାଳ ୯ ଠାରୁ ମହାମନ୍ତ୍ର ନାମାରମ୍ଭ ଏବଂ ରବିବାର ଅଖଣ୍ଡ ନାମ ସମାପନ, ପୂର୍ଣ୍ଣାହୁତି,ନଗର ଭ୍ରମଣ, ଦଧିଭାଣ୍ଡ ଭଞ୍ଜନ ପରେ ନାମଯଜ୍ଞ ଉଦଯାପିତ ହୋଇଥିଲା । ଆଖପାଖ ଗ୍ରାମ ମାନଙ୍କରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ଏବଂ ସମସ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରା ଯାଇଥିଲା । ଉକ୍ତ ନାମଯଜ୍ଞରେ ସୁଧାଂଶୁ ସାହୁ ଓ ପତ୍ନୀ ସରସ୍ୱତୀ ସାହୁ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ କେଶବ ଚନ୍ଦ୍ର ପସାୟତ, ଅର୍ଜୁନ ଗଣ୍ଡ, ଅଭିଜିତ ରାଏ, ପଦ୍ମଲୋଚନ ପଟେଲ, ଗଣେଶ ବଂଜାରା ଓ ସିଦ୍ଧୁ ମେହେର ଷଡ଼ ବୈଷ୍ଣବ ଭାବେ ଯଜ୍ଞ କାର୍ଯ୍ୟରେ ସହଯୋଗ କରିଥିଲେ । ପଣ୍ଡିତ ଅନ୍ତର୍ଯ୍ୟାମୀ ପୂଜାରୀ ଓ ପଣ୍ଡିତ ମନୋଜ ପୂଜାରୀ ପୂଜାର୍ଚ୍ଚନା, ହୋମଯଜ୍ଞ, ପୂର୍ଣ୍ଣାହୁତି ଆଦି କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିରେ ମହାସିଂ, ଧୁଲୁଣ୍ଡା, ରେଙ୍ଗାଲି, ସୁନାଖାଏନ, ବାସେନପାଲି, ଚିଖିଲାପାଲି,ପୂଜାରିପାଲି ଓ କପିଲାପୁର ସଂକୀର୍ତ୍ତନ ମଣ୍ଡଳୀ ଆସି ନଗର ଭ୍ରମଣ କରିଥିଲେ ।
ଏହି ଅବସରରେ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ, ସ୍ଥାନୀୟ ବିଧାୟିକା ଅଳକା ମହାନ୍ତି, ସାଂସଦ ସୁରେଶ ପୂଜାରୀ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଦୁଷ୍ମନ୍ତ ବଂଜାରା, ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ,ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ପଧାନ,ଲଖନପୁର ବ୍ଲକ କଂଗ୍ରେସ ସଭାପତି ଲିଙ୍ଗରାଜ ବଢ଼େଇ,ସ୍ଥାନୀୟ ସରପଞ୍ଚ ପଦ୍ମିନୀ ସାହୁ ଓ ସମିତି ସଭ୍ୟା ବବିତା ମହାପାତ୍ର,ଅତାବିରା ସରପଞ୍ଚ ସଞ୍ଜିତ ପଧାନ, ନାଗରିକ ପରିଷଦ ସଭାପତି ପିତାମ୍ବର ମିଶ୍ର, ରଘୁନନ୍ଦନ ପଣ୍ଡା ଯୋଗଦେଇ ଗୌରାଙ୍ଗ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥିଲେ ।
ଭିକମପାଲି ନାମଯଜ୍ଞ ପରିଚାଳନା କମିଟିର ସଭାପତି ମଙ୍ଗୁଲୁ ମେହେର, ସମ୍ପାଦକ ସଚ୍ଚିଦାନନ୍ଦ ଭୋଇ , କୋଷାଧ୍ୟକ୍ଷ ପ୍ରେମାନନ୍ଦ ପଟେଲ,ସରୋଜ ନନ୍ଦ, ଦୁଃଖୀ ଶ୍ୟାମ ପଟ୍ଟନାୟକ, ଭବାନୀ ଶଙ୍କର ମେହେର, ପୌଳସ୍ତ୍ୟ ମେହେର, ପୂର୍ଣ୍ଣାନନ୍ଦ ମହାପାତ୍ର, ଓମ ପ୍ରକାଶ ମିଶ୍ର, ଜୟନ୍ତ ରାଉତ, ଶିବ କାଲୋ,ଦୀପକ ମେହେର, ପଞ୍ଚାନନ ମେହେର, ସୌଦାନନ୍ଦ ମେହେର, ବିଶିକେଶନ ଗଣ୍ଡ, ପ୍ରମୋଦ ମେହେର,ସ୍ୱାଧୀନ ମହାପାତ୍ର,କୃଷ୍ଣ ଚନ୍ଦ୍ର ମେହେର,ସୁବାଷ ମେହେରଙ୍କ ସମେତ ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ ।

More Stories