Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଁ ବିଜେପିରେ ଅଛି, ଦଳ ଟିକେଟ୍ ଦେଲେ ରାଉରକେଲାରୁ ନିର୍ବାଚନ ଲଢିବାରେ ଆପତ୍ତି ନାହିଁ: ଦିଲୀପ

ରାଉରକେଲା:  ଦୀର୍ଘ ଦୁଇ ଦଶନ୍ଧି ପରେ ନିର୍ବାଚନ ଲଢିବେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ  ଦିଲୀପ ରାୟ। କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ବଡ଼ ଆଶ୍ଵସ୍ତି ପ୍ରଦାନ କରିଛନ୍ତି। ଏହି ମାମଲାରେ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇବାରୁ ଦିଲୀପଙ୍କ ନିର୍ବାଚନ ଲଢିବାର ବାଟ ଫିଟି ଯାଇଛି। ଆଉ ସେ ଏଥର ବିଜେପିରୁ ରାଉରକେଲା ସିଟରୁ ନିର୍ବାଚନ ଲଢିବେ ବୋଲି କହି ସାରିଛନ୍ତି ସାଂସଦ ଜୁଏଲ ଓରାମ। ଆଜି ରାଉରକେଲାରେ ପହଞ୍ଚିବା ପରେ ଦଳ ଟିକେଟ୍ ଦେଲେ ତାଙ୍କର ନିର୍ବାଚନ ଲଢିବାରେ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି ଦିଲୀପ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲିପ ରାୟ ଆଜି  ରାଉରକେଲାରେ ପହଞ୍ଚିଛନ୍ତି। ଦିଲ୍ଲୀରୁ ଭୁବନେଶ୍ୱର ପହଞ୍ଚିବା ପରେ ସେଠାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ଣ ୪.୧୫ ମିନିଟରେ ରାଉରକେଲାରେ ଅବତରଣ କରିଛନ୍ତି । ଶୁଭେଚ୍ଛୁ, ସର୍ମଥକ ଓ କର୍ମୀ ଦିଲୀପଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ଏହି ସମୟରେ ଦିଲୀପଙ୍କ ସାଙ୍ଗରେ ଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ପ୍ରାଥିୀ ଜୁଏଲ ଓରାମ । ଦିଲୀପଙ୍କୁ ଭବ୍ୟ ସ୍ୱାଗତ କରି ପାଛୋଟି ନେଇଥିଲେ ମେଫେୟାର ହକି ଭିଲେଜକୁ । ଦିଲୀପ କହିଛନ୍ତି ମୁଁ ବିଜେପିରେ ଅଛି ରାଉରକେଲା ବାସୀଙ୍କ ନିଷ୍ପତି ମୋ ନିଷ୍ପତି। ଲକ୍ଷ ରାଉରକେଲାର ପ୍ରଗତି। ଦଳ ମୋତେ ପ୍ରାର୍ଥୀ କଲେ ମୋର ଲଢ଼ିବାରେ କୌଣସି ଆପତ୍ତି ନାହିଁ ।

ସୂଚନାଯୋଗ୍ୟ, ଏପ୍ରିଲ ୮ ସୋମବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି ମିଳିଥିଲା । ଦିଲ୍ଲୀ ହାଇକୋର୍ଟ କୋଇଲା ଦୁର୍ନୀତି ମାମଲାରେ ତାଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଥିଲେ । ଏହାସହ ଦିଲୀପ ରାୟଙ୍କୁ ଆଗାମୀ ନିର୍ବାଚନରେ ଲଢିବା ପାଇଁ ଅନୁମତି ଦେଇଥିଲେ । ଏପ୍ରିଲ ୫ ଶୁକ୍ରବାର ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଏହା ପୂର୍ବରୁ ମାର୍ଚ୍ଚ ୨୧ରେ କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ