ଗୋପାଳପୁର ୧୧/୪
ଗୋପାଳପୁର ଥାନା ଅନ୍ତର୍ଗତ ମାଢୁଆ ଗ୍ରାମର ଏକ ଘରୁ ଦୁର୍ବତ୍ତ ମାନେ କବାଟ ଭାଙ୍ଗି ସୁନା, ଟଙ୍କା ଲୁଟି ନେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି l ଅଭିଯୋଗ ଅନୁଯାୟୀ ଗ୍ରାମର ମୁନା ସେଠୀ ନିଜ ଝିଅ ବାହାଘର ପାଇଁ ସୁନା ଗହଣା ଓ ଟଙ୍କା ରଖିଥିଲେ l ଗତକାଲି ରାତିରେ ପରିବାର ସଦସ୍ୟ ମାନେ ଖାଇସାରି ଶୋଇଥିବା ବେଳେ ଦୁର୍ବତ୍ତ ମାନେ ବାରିପଟ କବାଟ ଭାଙ୍ଗି କାଠ ଆଲମାରୀ ଭାଙ୍ଗି ସେଥିରେ ଥିବା ୩ ତୁଳା ସୁନା ଓ ନଗଦ ଏକ ହଜାର ଟଙ୍କା ଲୁଟି ନେଇଥିଲେ l ସକାଳୁ ପରିବାର ଲୋକେ ଦେଖିବା ପରେ ସୁନା, ଟଙ୍କା ଚୋରି ହୋଇଥିବା ଜାଣିପାରି ଗୋପାଳପୁର ଥାନାରେ ମୁନା ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୩୪/୨୪ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ପୁଲିସ କହିଛି l
ଘର ପଛପଟୁ କବାଟ ତାଡ଼ି ଦୁର୍ବତ୍ତ ଲୁଟିଲେ ସୁନା ଓ ଟଙ୍କା ଝିଅ ବାହାଘର ଚିନ୍ତାରେ ପରିବାର
