ଅନ୍ତରବାଟିଆରେ ମେରୁ ଯାତ୍ରା ପାଳନ


ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ଅନ୍ତରବାଟିଆ ଗ୍ରାମର ମା ଦକ୍ଷିଣ କାଳୀ ମନ୍ଦିର ପ୍ରାଙ୍ଗଣରେ ଆଜି ମେରୁ ଯାତ୍ରା ମହା ଆଡମ୍ବରରେ ପାଳନ ହୋଉଛି l ଆଜି ୧୩ ଦିନିଆ ଦଣ୍ଡ ଦଣ୍ଡୁଆ ମାନେ ଧୂଳିଦଣ୍ଡ, ପାଣିଦଣ୍ଡ ଆଦି ପୂଜାର୍ଚ୍ଚନା ସରିବା ପରେ ପାଟଭୁକ୍ତାଙ୍କୁ ଝଜାଙ୍ଗ ପତ୍ର, ଦହି, କଦଳୀ ବଟାକୁ ଲେପନ ଦେଇ ମେରୁ ଖୁଣ୍ଟକୁ ଆଣି ଝୁଲାଯାଇଥିଲା l ପୁରୋହିତ ଭାବେ ବନୋଜ ଶତପଥୀ, କର୍ତ୍ତା ଭାବେ ରାଘବ ଦାଶ ପୂଜାର୍ଚ୍ଚନା କରି ମେରୁ ଝୁଲଣ କରାଯାଇଥିଲା l ପରେ ମନ୍ଦିରକୁ ନିଆଯାଇଥିଲା l ଆଖପାଖ ଅଞ୍ଚଳର ବହୁ ଭକ୍ତ ମାନେ ପହଞ୍ଚି ମେରୁ ଦର୍ଶନ କରିିିବା ସହ ଭୋଗରାଗ କରିଥିଲେ l ଗହଳିକୁ ଦୃଷ୍ଟିରେ ରଖି ଭଞ୍ଜ ବିହାର ଫାଣ୍ଡି ଅଧିକାରୀ ଏସ. ଶଙ୍କର ରାଓଙ୍କ ସମେତ ଏକ ସେକ୍ସନ ଫୋର୍ସ ମୁତୟନ ହୋଇ ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l ମନ୍ଦିର କମିଟି ପକ୍ଷରୁ ରାମ ହରି ଦାସ, ବିପ୍ର ଦାସ, ଗୋବିନ୍ଦ ଦାସ, ତପନ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l