Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଘଣ୍ଟେଶ୍ୱରୀ ମନ୍ଦିରରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ପାଳନ

ଝାରସୁଗୁଡା୧୫/୪ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମା ଘଣ୍ଟେଶ୍ୱରୀଙ୍କ ଶକ୍ତିପୀଠରେ ରବିବାର ଦିନ ମହା ସମାରୋହରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଉତ୍ସବ ପାଳିତ ହୋଇ ଯାଇଛି । ଏଥିରେ ଦିଲ୍ଳୀପ ପୂଜାରୀ ଓ ପତ୍ନୀ ପଦ୍ମିନୀ ପୂଜାରୀ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପଣ୍ଡିତ ପରମେଶ୍ବର ନାଥ ଓ ମନ୍ଦିର ପୂଜକ ବଳରାମ ମହାପାତ୍ର ପୂଜାର୍ଚ୍ଚନା, ହୋମଯଜ୍ଞ ଆଦି କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ପ୍ରବଚନ, ସତସଙ୍ଗ, ଭାଗବତ ପାଠ ଆଦି କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା । ଅଞ୍ଚଳର ବିଭିନ୍ନ ଗ୍ରାମରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ଏବଂ ସମସ୍ତଙ୍କୁ ପଣା ଏବଂ ଅନ୍ନ ପ୍ରସାଦ ଭକ୍ତ ବିଜୟ ପୂଜାରୀ ଓ ବିମଳ ପୂଜାରୀଙ୍କ ଦ୍ଵାରା ବ୍ୟବସ୍ଥା କରା ଯାଇଥିଲା । ଏଥିରେ ସ୍ଥାନୀୟ ସରପଞ୍ଚ ପଦ୍ମିନୀ ସାହୁ ଙ୍କ ସହିତ ମା ଘଣ୍ଟେଶ୍ୱରୀ ମନ୍ଦିର ପରିଚାଳନା କମିଟିର ସଭାପତି ସୁଶୀଳ ପଧାନ, ଉପ ସଭାପତି ସଦାନନ୍ଦ ସା,ଲୋକେଶ୍ୱର ପଧାନ ଓ ନିରଞ୍ଜନ ପଧାନ,ସମ୍ପାଦକ ପଞ୍ଚୁରାମ ସାହୁ, ସହ ସମ୍ପାଦକ ଶୁଖିଶ୍ୟାମ ପଟ୍ଟନାୟକ, କୋଷାଧ୍ୟକ୍ଷ ଦାତାରାମ ମେହେର, ପୌଳସ୍ତ୍ୟ ମେହେର, ବିହାରୀ ନାଏକ, ଫକୀର ସାହୁ, ଦୟାକର ପଧାନ, ଦୁଃଖୀଶ୍ୟାମ ପଟ୍ଟନାୟକ, ଭବାନୀ ଶଙ୍କର ମେହେର, ପର୍ଶୁରାମ ପଧାନ, ସତ୍ୟବାଦୀ ମେହେର, ବିଜୟ ପୂଜାରୀ,ଅଶ୍ୱିନୀ ପୂଜାରୀ, କୃଷ୍ଣଚନ୍ଦ୍ର ମେହେର, ବାବୁଲାଲ ପଧାନ, ପ୍ରସନ୍ନ ବାରିକ, ରଘୁ ପଧାନ,ପୂର୍ଣ୍ଣାନନ୍ଦ ମହାପାତ୍ର ପ୍ରମୂଖ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ