ଲଡୁଗାଁ ମାଡୱ।ଡି ସମାଜ ର ନୂତନ କର୍ମକର୍ତ୍ତା ମନୋନୀତ।

କଳାହାଣ୍ଡି:୧୫/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ମାଡୱ।ଡି ସମାଜ ପକ୍ଷରୁ ଲଡୁଗାଁ ସ୍ଥିତ ମାମୋଦେବୀ ସ୍ମୃତି ଭବନ ଠାରେ ସମାଜ ର ବରିଷ୍ଠ କର୍ମକର୍ତ୍ତା ଙ୍କ ଗହଣ ବୈଠକରେ ନୂତନ କର୍ମକର୍ତ୍ତା ଚୟନ ଓ ମନୋନୀତ କରାଯାଇଛି। ସର୍ଵ ସମ୍ମତ୍ତି କ୍ରମେ ନୂତନ ଗଠନ ହୋଇଥିବା କମିଟିର ସଭାପତି ଭାବେ ଶ୍ରୀ ଦୁର୍ଗା ପ୍ରସାଦ ଅଗ୍ରୱାଲ,ଉପ ସଭାପତି ଭାବେ ଶ୍ରୀ ଅଶୋକ ଅଗ୍ରୱାଲ, ସାଧାରଣ ସମ୍ପାଦକ ଭାବେ ଶ୍ରୀ ବିଜୟ ଅଗ୍ରୱାଲ, ସହ ସମ୍ପାଦକ ଶ୍ରୀ ଗୋପାଳ ଅଗ୍ରୱାଲ ଓ କମିଟିର ଅନ୍ୟ ସଦସ୍ୟ ଙ୍କ ମଧ୍ୟରେ ରମେଶ ଅଗ୍ରୱାଲ, ପବନ ସିଙ୍ଘଲ,ପ୍ରହଲ୍ଲାଦ ଅଗ୍ରୱାଲ, ବଜରଙ୍ଗ ଅଗ୍ରୱାଲ, ପ୍ରବୀଣ ଅଗ୍ରୱାଲ,ମନୋଜ ଶର୍ମା, ସୁରେଶ ଶର୍ମା,ମନୋଜ କୁମାର ଅଗ୍ରୱାଲ, ଶିଵ ପ୍ରସାଦ ଅଗ୍ରୱାଲ, ବାଳ ମୁକୁନ୍ଦ ଅଗ୍ରୱାଲ ଙ୍କୁ ନୂତନ କର୍ମକର୍ତ୍ତା ଭାବେ ମନୋନୀତ ହୋଇଥିଲେ। ଏହି ଅବସର ରେ ସଭାପତି ଦୁର୍ଗା ପ୍ରସାଦ ଅଗ୍ରୱାଲ ଆଗାମୀ ସମୟରେ ସମାଜ ର ସାଙ୍ଗଠାନିକ କାର୍ଯ୍ୟ ରେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ ଓ ନୂତନ କର୍ମକର୍ତ୍ତା ମାନେ ଶପଥ ଗ୍ରହଣ କରି ସମାଜ ପ୍ରତି ସବୁବେଳେ ଅଙ୍ଗୀକାରବଦ୍ଧ ଭାବେ କାର୍ଯ୍ୟ କରିବା ପାଇଁ ସହମତି ପ୍ରକାଶ କରିଥିଲେ।