Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

UPSC Results 2023: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଦ୍ଵିତୀୟରେ ଓଡ଼ିଶାର ଅନିମେଶ ପ୍ରଧାନ

ଭୁବନେଶ୍ଵର: ୟୁପିଏସସି ପରୀକ୍ଷା ୨୦୨୩ର ଫଳାଫଳ ପ୍ରକାଶ ପାଇଛି। ସମଗ୍ର ଦେଶରେ ଉତ୍ତର ପ୍ରଦେଶର ଆଦିତ୍ୟ ଶ୍ରୀବାସ୍ତବ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଦ୍ଵିତୀୟ ସ୍ଥାନରେ ଓଡ଼ିଶାର ଅନିମେଶ ପ୍ରଧାନ ଥିବା ବେଳେ ଡୋନୁରୁ ଅନନ୍ୟା ରେଡ୍ଡୀ ତୃତୀୟ, ପିକେ ସିଦ୍ଧାର୍ଥ ରାମ କୁମାର ଚତୁର୍ଥ ଓ ରୁହାନୀ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି।

ୟୁପିଏସସି ୨୦୨୩ର ରେଜଲ୍ଟ upsc.gov.in ଓ upsconline.nic.inରେ ଓ୍ବେବସାଇଟରେ ଉପଲବ୍ଧ କରିଛି । ୨୦୨୩ରେ ମୋଟ୍ ୧୦୧୬ଜଣ ପରୀକ୍ଷା କୃତ୍ତକାର୍ଯ୍ୟ ହୋଇଛନ୍ତି । ଏଥିରେ ୪୭୪ ସାଧାରଣ ବର୍ଗ, ୧୧୫ ଇଡବ୍ଲ୍ୟୁଏସ, ୩୦୩ ଓବିସି, ୧୬୫ ଏଏସି, ୮୬ ଏସଟି ବର୍ଗର ଅଟନ୍ତି। ସେମାନଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ, ୨୦୦ ଜଣ ଆଇପିଏସ୍ ଓ ୩୭ ଜଣ ଆଇଏଫଏସ୍ ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଣ୍ଟ୍ରାଲ ସର୍ଭିସ୍ ଗ୍ରୁପ ଏ ପାଇଁ ୬୧୩, ଗ୍ରୁପ ବି ପାଇଁ ୧୧୩ ଜଣ ମନୋନୀତ ହୋଇଛନ୍ତି।

ଓଡ଼ିଶାରୁ ୟୁପିଏସସିରେ କୃତକାର୍ଯ୍ୟ ହୋଇଥିବା ଆଶାୟୀ

୨୪- ପ୍ରଜ୍ଞାନନ୍ଦନ ଗିରି, ୩୬- ଆୟୁଷୀ ପ୍ରଧାନ, ୫୨- ଜୟଶ୍ରୀ ପ୍ରଧାନ, ୬୦- ଅଭିମନ୍ୟୁ ମଲ୍ଲିକ, ୧୧୦-, ଅମ୍ରିତାଂଶୁ ନାୟକ, ୧୧୫- ଯଶୋବନ୍ତ ମଲ୍ଲିକ, ୧୭୬- ପଦ୍ମନାଭ ମିଶ୍ର, ୨୦୪- ଶୁଭ୍ରା ପଣ୍ଡା, ୨୬୯- ତାନିଆ ମିଶ୍ର, ୨୮୦- ଅନନ୍ୟା ରଣା, ୩୦୩- ତନିଶା ମିଶ୍ର, ୩୧୯- ରଶ୍ମି ପ୍ରଧାନ, ୩୪୩- ବିଶ୍ଵଜିତ୍ ପଣ୍ଡା, ୩୮୭- ପ୍ରିୟଙ୍କା ପ୍ରିୟଦର୍ଶିନୀ, ୪୦୯- ସନ୍ତୋଷ କୁମାର ପାତ୍ର, ୪୬୬- ସୌରଭ ଦାସ,୫୭୫- ରାକେଶ କୁମାର ସାହୁ, ୫୮୧- ନୟନ ରଞ୍ଜନ ଦାସ, ୫୯୧- ସାଇରାଜ ମିଶ୍ର, ୭୨୨- ହେମନ୍ତ ସାହୁ, ୭୭୨- ବିଭ୍ରାଂଶୁ ରାୟ, ୮୦୦- ସିଦ୍ଧାନ୍ତ ବେଶ୍ରା, ୮୮୧- ରଶ୍ମି ପାଇକରାୟ, ୯୮୨- ସୌରଭ ଦାସ, ୧୦୦୧- ଅନୁପ ନାୟକ।

More Stories