Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାସପୁର ଛକରେ ଦୁଇ ମୋଟରସାଇକେଲ ମୁହାଁମୁହିଁ।୨ ମୃତ୍ୟୁ,୨ ଗୁରୁତର , ଜଣେ ଆହାତ।

ଗୋପାଳପୁର,୧୭/୦୪
ଗୋଳନ୍ଥରା ଥାନା ଅଧିନସ୍ଥ କନିସି -ତୁଳୁ ରାସ୍ତା ଦାସପୁର ଛକ ନିକଟରେ ବୁଧବାର ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ଓ ଜଣେ ଆହାତ ହୋଇଛନ୍ତି l ମୃତ୍ୟୁ ବରଣ କରିଥିବା ଦୁଇ ଜଣ ହେଲେ ଗୋଳନ୍ଥରା ହରି ଜନ ସାହିର ରୋହିତ ଦାସ(୩୨) ଓ କାଳିଆ ଦାସ(୧୯) ବୋଲି ଜଣାପଡିଛି l ଗୁରୁତର ମାନେ ହେଲେ ଗୁଣୁପୁର ଗ୍ରାମର କୈଳାଶ ଚନ୍ଦ୍ର ସାହୁ ଓ ଗୋଳନ୍ଥରା ଗ୍ରାମ ସନ୍ତୋଷ ଦାସ ବୋଲି ସୂଚନା ମିଳିଛି, ଆହାତ ଜଣଙ୍କ ଗୁଣୁପୁର ଗ୍ରାମର ସନ୍ତୋଷ ଚୌଧୁରୀ l ଗୁରୁତର ଆହତ ମାନଙ୍କ ମଧ୍ୟରୁ ବ୍ରହ୍ମପୁର ବଡ଼ ମେଡିକାଲରେ ସନ୍ତୋଷଙ୍କ ଚିକିତ୍ସା ଚାଲିଥିବା ବେଳେ ଅନ୍ୟ ଗୁରୁତର ଆହତ ହୋଇଥିବା କୈଳାଶ ଙ୍କୁ ବିଶାଖାପାଟଣା ସ୍ଥାନାନ୍ତରିତ କରିଥିବା ଜଣାପଡିଛି l ସୂଚନା ଅନୁସାରେ ଆଜି ଅପରାହ୍ନ ସାଢେ ଏହି ଥାନା ଅନ୍ତର୍ଗତ ଗୋଳନ୍ଥରା ଗ୍ରାମର ରୋହିତ ଦାସ, ସନ୍ତୋଷ ଦାସ ଓ କାଳିଆ ଦାସ ଏକ ରାଜନୈତିକ ଦଳର ରାଲିରେ ସାମିଲ ରହି ମାର୍କଣ୍ଡିରୁ ମୋଟରସାଇକେଲ ଯୋଗେ ଫେରୁଥିବା ସମୟରେ କନିସି ରୁ ଏକ ଭୋଜି ରେ ଯୋଗଦେଇ ନିଜ ଗ୍ରାମ ଗୁଣୁପୁର କୁ କୈଳାଶ ସାହୁ ଓ ସନ୍ତୋଷ ନାୟକ ମୋଟରସାଇକେଲ ( ଓଡି ୦୭ ଭି ୬୪୩୩) ଯୋଗେ ଫେରୁଥିଲେ l ଦାସପୁର ଛକ ର ଏକ ବୁଲାଣି ନିକଟରେ ଉଭୟ ମୋଟରସାଇକେଲ ମଧ୍ୟରେ ଧକ୍କା ହୋଇଥିଲା l ଫଳରେ ଘଟଣା ପାଞ୍ଚ ଜଣ ଆହତ ହୋଇ ରାସ୍ତା କଡ଼ରେ ପଡି ରହିଥିଲେ। ଉକ୍ତ ରାସ୍ତା ଦେଇ ବ୍ରହ୍ମପୁର ମେହର ସଂଘମିତ୍ରା ଦଳେଇ ଓ ରାଜ୍ୟ କାଜୁ ଉନୟନ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ଫେରୁଥିବା ସମୟରେ ଗୁରୁତର ଥିବା ଚାରି ଜଣଙ୍କୁ ନିଜ ଗାଡିରେ ବ୍ରହ୍ମପୁର ବଡ଼ ମେଡିକାଲ ନେଇ ସେଠାରେ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ l ସନ୍ତୋଷ ଦାସ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କର ଚିକିତ୍ସା ବ୍ରହ୍ମପୁର ବଡ ମେଡିକାଲ ରେ ଚାଲୁ ରହିଛି l କାଳିଆ ଓ ରୋହିତ ଚିକିତ୍ସା ଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଉଭୟ ଙ୍କ ମୃତ ଦେହ କୁ
ବ୍ରହ୍ମପୁର ବଡ ମେଡିକାଲ ଶବାଗୃହ ରେ ରଖା ଯାଇଛି। ଆସନ୍ତା କାଲି ଉଭୟଙ୍କ ଶବ ବ୍ୟବଚ୍ଛଦ ପରେ ପରିବାର କୁ ହସ୍ତାନ୍ତର କରାଯିବ।
l କୈଳାଶ ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ବିଶାଖାପାଟଣାର ଏକ ଘରେଇ ହସ୍ପିଟାଲ୍ କୁ ସ୍ଥାନାନ୍ତରିତ କରାଯାଇଛି lଦୁର୍ଘଟଣା ନେଇ ଗୋଳନ୍ଥରା ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡିଛି l ଅନ୍ୟ ପଟେ ଦୁର୍ଘଟଣା ପରେ ଏହା ରାଜନୈତିକ ରଂଗ ନେଇଥିବା ବେଳେ ରାଜନୈତିକ ଦଳ ନିଜର ପ୍ରଚାର ପାଇଁ ଯୁବ ଗୋଷ୍ଠୀ ଙ୍କୁ ରାଲିରେ ସାମିଲ କରୁଥିବା ବେଳେ ସେମାନଙ୍କ ସୁରକ୍ଷା ନେଇ କୌଣସି ବ୍ୟବସ୍ଥା ନକରିବା ସହ ଯୁବ ଗୋଷ୍ଠୀ ଙ୍କୁ ନିଜର ସୁରକ୍ଷା ନେଇ କୌଣସି ତାଗିଦ ନକରିବା ଯୋଗୁଁ ଏପରି ସଡ଼କ ଦୁର୍ଘଟଣା ଘଟି ଦୁଇ ଅମୂଲ୍ୟ ଜିବନ ଚାଲିଗଲା ବୋଲି କୋଳଥିଗାଁ ସରପଞ୍ଚ ଜଗମୋହନ ପାତ୍ର ଅଭିଯୋଗ କରିବା ସହ ଯେଉଁ ଦଳ ପାଇଁ ଦୁଇ ଯୁବକ ଙ୍କ ଜୀବନ ଗଲା ସେହି ଦଳ ସେମାନଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କା ର ସହାୟତା ରାଶି ପ୍ରଦାନ କରନ୍ତୁ ବୋଲି ଦାବି ଜଣାଇଛନ୍ତି।