Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଉ ୪ଟି ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା, ଆଉ ୧୯ଟି ସିଟରେ ରହିଲା ବାକି

ଭୁୁବନେଶ୍ୱର: ଆଉ ୪ଟି ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି । ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର ମଧ୍ୟରୁ ପ୍ରକାଶ ଜେନା ଓ ଭୁବନେଶ୍ୱର ଉତରରୁ ଅଶୋକ ଦାସଙ୍କୁ ଦଳ ପ୍ରାର୍ଥୀ କରିଛି । ଏହାକୁ ମିଶାଇ କଂଗ୍ରେସ ଏ ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ ଦଳ ୧୨୮ଟି ସିଟରେ ପ୍ରାର୍ଥୀ ଦେଇଛି । ଆଉ ୧୯ଟି ସିଟରେ ପ୍ରାର୍ଥୀ ଘୋଷଣା ବାକି ରହିଛି ।

ନିକଟରେ ପ୍ରଥମ ପର୍ଯ୍ୟାୟରେ ୪୯ ଏବଂ ଦ୍ୱିତୀୟରେ ୭୫ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ । ଏହା ସହିତ ଲୋକସଭାରେ ଏ ଯାବତ ୧୭ଟି ସିଟରେ ଦଳ ପ୍ରାର୍ଥୀ ଦେଇ ସାରିଛି । ପ୍ରଥମେ ୮ ଏବଂ ପରେ ୯ଟି ସଂସଦୀୟ କ୍ଷେତ୍ରରେ ଦଳ ପ୍ରାର୍ଥୀ ଘୋଷଣା କରିଥିଲା । ଏହିପରି ରାଜ୍ୟରେ ଟିକେଟ୍ ବଂଟନରେ କଂଗ୍ରେସ ଦ୍ୱିତୀୟରେ ରହିଛି । ପ୍ରାର୍ଥୀ ଘୋଷଣାରେ ବିଜେପି ଆଗରେ ଥିବା ବେଳେ ସବୁଠୁ ପଛରେ ପଡିଛି ବିଜେଡି ।

ବିଜେପି ବିଧାନସଭାରେ ଏ ପର୍ଯ୍ୟନ୍ତ ୧୩୩ ସିଟରେ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଆଉ ୧୫ଟି ଆସନ ବାକି ରହିଛି । ଲୋକସଭାରେ ବହୁ ଆଗରୁ ୨୧ ପ୍ରାର୍ଥୀ ଦେଇ ସାରିଛି । ଦ୍ୱିତୀୟରେ ଥିବା କଂଗ୍ରେସ ୧୨୮ଟି ସିଟରେ ପ୍ରାର୍ଥୀ ଦେଇଛି । ଆଉ ୧୯ଟି ସିଟରେ ପ୍ରାର୍ଥୀ ଘୋଷଣା ବାକି ରହିଛି । ଲୋକସଭାରେ ଦଳକୁ ଆଉ ୪ଟି ସିଟରେ ପ୍ରାର୍ଥୀ ଘୋଷଣା କରିବାର ଅଛି । ସେହିପରି ବିଜେଡି ପାଂଚଟି ପର୍ଯ୍ୟାୟରେ ଏ ପର୍ଯ୍ୟନ୍ତ ୧୨୬ଟି ଆସନରେ ପ୍ରାର୍ଥୀ ଦେଇଛି । ଆହୁରି ୨୧ ସିଟ୍ ବାକି ରହିଥିବାରୁ ଆଶାୟୀଙ୍କ ହୃଦକମ୍ପନ ଆରମ୍ଭ ହୋଇ ଯାଇଛି । ଲୋକସଭାରେ ଦଳ ସବୁ ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଛି ।