ତାରିଣୀ ମହୋତ୍ସବ ଓ ହନୁମାନ ଜୟନ୍ତୀ ପାଳିତ ।


ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବଜାର ସ୍ଥିତ ତାରିଣୀ ମନ୍ଦିର ର ଅଠର ଦଶତମ ବାର୍ଷିକ ମହୋତ୍ସବ ଓ ହନୁମାନ ଜୟନ୍ତୀ ମହାସମା ରୋହରେ ପାଳିତ ହୋଇ ଯାଇ ଅଛି । ଶୁକ୍ରବାର ସଂକ୍ରାନ୍ତି ତିଥି ଥିବାରୁ,ସକାଳୁ ସକାଳୁ,ତାରିଣୀ ମନ୍ଦିର ରେ ଭକ୍ତମାଙ୍କର ଭିଡ଼ ଜମିଥିଲା । ଧୂପ ଦୀପ , ପଣା ଆଦି ଦେଇ,ମାଙ୍କୁ ପୂଜକ ବାବା ହରସ ପରିଡ଼ା,ପୂଜା କରିଥିଲେ । ଆଜିର ଦିନଟି ମା ଙ୍କର ଜନ୍ମଦିବସ ଥିବାରୁ ମନ୍ଦିର ପରିସରରେ ସକାଳ ଆଠ ଘଟିକା ଠାରୁ ସନ୍ଧ୍ୟା ଛ, ଘଟିକା ପର୍ଯ୍ୟନ୍ତ , ପଣ୍ଡିତ ପ୍ରତାପ କର ଓ ତାଙ୍କ ସାଥୀ ମାନଙ୍କ ଦ୍ବାରା ପୂଜା ଅର୍ଚ୍ଚନା କରାଯାଇ, ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନ ର ବ୍ୟବସ୍ଥା କରା ଯାଇଥିଲା। ଅପର ପକ୍ଷରେ, କଣମଣ ନଦୀକୂଳ ନିକଟରେ,ଥିବା ପୁରାତନ ହନୁମାନ ମନ୍ଦିର ର ଜନ୍ମ ଜୟନ୍ତୀ ତଥା ପଣା ପର୍ବ ମଧ୍ୟ ପାଳିତ ହୋଇ ଯାଇ ଅଛି । ପଣ୍ଡିତ ଧଉ କର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନ , ଓ ପୂଜକ ବସୁ ପାଢ଼ୀ ଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ,ଖୁବ୍ ଆନନ୍ଦ ଉଲ୍ଲାସ ସହକାରେ ପାଞ୍ଚ ସହ ଭକ୍ତଙ୍କୁ ଶୁଦ୍ଧ ପଣା ପାନୀୟ ଭାବେ ବଣ୍ଟନ କରା ଯାଇ ଥିଲା । ଏହିସବୁ କାର୍ଯ୍ୟ କୁ ଭକ୍ତ,ଉଲ୍ଲାସ କୁମାର ନାୟକ,ଦୁଃଶାସନ ନାୟକ,ବାପି ସାମନ୍ତରାୟ,ରବି ସାହୁ,କୁନା ନାୟକ,ଆଦି ପରିଚାଳନା କରିଥିବା ବେଳେ,ଅସ୍ତରଙ୍ଗ ବଜାର ସ୍ଥିତ ତାରିଣୀ ମନ୍ଦିର ର କର୍ତ୍ତା ଓ କର୍ତ୍ତୀ ଭାବେ,ହେମନ୍ତ ବିଶ୍ବାଳ,ଅମରାବତୀ ବିଶ୍ଵାଳ ରହିଥିଲେ। ଏହି ସବୁ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ, ସାମ୍ବାଦିକ ଦୁଃଶାସନ ନାୟକ,ସମୀର କୁମାର ନାୟକ ସୁଦର୍ଶନ ନାୟକ,ପ୍ରଣତି ପରିଡ଼ା,ପ୍ରଭାତୀ ସ୍ବାଇଁ,କଳ୍ପନା ବାରିକ,ପୁଷ୍ପଲତା ଖୁଣ୍ଟିଆ ପ୍ରମୁଖ ।