Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ପାଁ ବିଜେପିର ୪୦ ଜଣିଆ ଷ୍ଟ୍ରାର ପ୍ରଚାରକ ଜାରି, ବହୁ ହେଭିଓ୍ଵେଟ୍ ସାମିଲ

ଭୁବନେଶ୍ଵର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାସେରୁ ଅଳ୍ପ ଦିନ ସମୟ ବାକି ଅଛି। ବିଜ୍ଞପ୍ତି ମଧ୍ୟ ଜାରି  ହୋଇ ସାରିଛି। ଏହି କ୍ରମରେ ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ବିଜେପି। ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ନୀତିନ ଗଡ଼କରିଙ୍କ ପରି ହେଭିଓ୍ଵେଟ୍ ନେତା ରହିଛନ୍ତି। ଷ୍ଟାର ପ୍ରଚାରକ ତାଲିକାରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ୧୦ ଜଣ କେନ୍ଦ୍ର ମନ୍ତ୍ରୀ ସାମିଲ।

୪୦ ଜଣିଆ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ନୀତିନ ଗଡ଼କରି, ଯୋଗୀ ଆଦିତ୍ୟନାଥ, ମୋହନ ଯାଦବ, ହିମନ୍ତ ବିଶ୍ଵଶର୍ମା, ବିଷ୍ଣୁଦେବ ସାଏ, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ବୈଜୟନ୍ତ ପଣ୍ଡା, ଅଶ୍ଵିନୀ ବୈଷ୍ଣବ, ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀ ସାମିଲ। ସେହିପରି ସୁନୀଲ ବଂଶଲ, ବିଜୟ ସିଂ ତୋମାର, ଲତା ଉସେଣ୍ଡି, ଶାନ୍ତନୁ ଠାକୁର, ବିଶ୍ଵେଶ୍ଵର ଟୁଡୁ, ଜୟ ନାରାୟଣ ମିଶ୍ର, ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, କେଦାରନାଥ କଶ୍ୟପ, ସମ୍ବିତ ପାତ୍ର, ବସନ୍ତ କୁମାର ପଣ୍ଡା, ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂହଦେଓ, ସମୀର ମହାନ୍ତି, ମାନସ କୁମାର ମହାନ୍ତି, ଗୋଲକ ମହାପାତ୍ର, ପୂର୍ଣ୍ଣିମା କେରକେଟା, ସାରଦା ପ୍ରସାଦ ଶତପଥୀ, ରମେଶ ସାହୁ, ଅନୁଭବ ମହାନ୍ତି, ହରିହର ମହାପାତ୍ର, ପିଙ୍କି ପ୍ରଧାନ ଓ ଶ୍ରୀତମ ଦାସ ଆଦି ୪୦ ଜଣିଆ ଷ୍ଟ୍ରାର ପ୍ରଚାରକ ତାଲିକାରେ ସାମିଲ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ବିଜେଡି ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରି ସାରିଛି। ଅନ୍ୟପଟେ ବିଜେପିକୁ ଏବେ ମଧ୍ୟ ୧୫ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ