Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି ଆସୁଛନ୍ତି ଶାହ, ସୋନପୁରରେ ବିଜେପି ପ୍ରଚାରର ବିଗୁଲ ଫୁଙ୍କିବେ

ଭୁୁବନେଶ୍ୱର: ଆଜି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଚାରର ବିଗୁଲ ଫୁଙ୍କିବେ ଶାହ । ସୋନପୁର ରାମେଶ୍ୱରମ ଷ୍ଟାଡିୟମରେ ଅପରାହ୍ଣ ୪ଟା ୩୫ରେ ଶାହ ବିଶାଳ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ।

କାର୍ଯ୍ୟସୂଚୀ ଅନୁଯାୟୀ, ଆଜି ଅପରାହ୍ଣ ୩ଟା ୪୫ରେ ଝାରସୁଗୁଡା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ପହଂଚିେ । ସେଠାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ । ଏହା ପରେ ରାମେଶ୍ୱରମ ଷ୍ଟାଡିୟମରେ ଆୟୋଜିତ ବିଶାଳ ରାଲି ସମ୍ବୋଧିତ କରି ଆନୁଷ୍ଠାନିକ ଭାବେ ଓଡିାରେ ବିଜେପି ପ୍ରଚାରର ବିଗୁଲ ଫୁଙ୍କିବେ । ତେବେ ରାଜ୍ୟ ସରକାର ଓ ବିଜେଡି ବିରୋଧରେ ତାଙ୍କର କିଭଳି ଆଭିମୁଖ୍ୟ ରହିବ ତାହା ଉପରେ ଏବେ ସଭିଙ୍କ ନଜର । କାରଣ ୨୦୧୪ ଓ ୨୦୧୯ରେ ବିଜେପି ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଥିଲେ ହେଁ ସେତେଟା ସଫଳ ହୋଇ ନ ଥିଲା ।ତେଣୁ ଏଥର ବିଜେଡି ବିରୋଧରେ ବିଜେପିର ଷ୍ଟ୍ରାଟେଜି କଣ ରହିବ ତାହା ଶାହଙ୍କ ଏହି ଗସ୍ତରୁ ସ୍ପଷ୍ଟ ହୋଇପାରେ ।

ସୋନପୁର ପରେ ଭୁବନେଶ୍ୱର ଆସିବେ ଏବଂ ସନ୍ଧ୍ୟାରେ ନିର୍ବାଚନ ରଣନୀତି ସମ୍ପର୍କରେ ଦଳୀୟ କାର‌୍ୟ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିବେ। ରାତିରେ ସେ ଭୁବନେଶ୍ୱରରେ ରହିବେ ବୋଲି । ଶାହଙ୍କ ଗସ୍ତ ପରେ ଓଡିଶାରେ ବିଜେପି ନିଜର ପ୍ରଚାରକୁ ଜୋରଦାର କରିବାକୁ ଯାଉଛି। ୨୪ର ଲଢେଇ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବ । ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।