ବୀରମହାରାଜାପୁର ବିଧାନସଭା ନିର୍ବାଚନମଣ୍ଡଳୀ ରେ ତ୍ରିମୂଖୀ ଲଢେଇ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ରେ ସାଧାରଣ ନିର୍ବାଚନ ପାଇଁ ପ୍ରମୁଖ ତିନି ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା ପରେ ତ୍ରିମୂଖୀ ଲଢେଇ ନିଶ୍ଚିତ ବୋଲି ଭୋଟର ମାନଙ୍କ ମଧ୍ୟରେ ଆଲୋଚନା ହେଉଛି I ବିଜେଡି ପ୍ରାର୍ଥୀ ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମନାଭ ବେହେରା . ବିଜେପି ଦଳରୁ ରଘୁନାଥ ଜଗଦଲl ଏବଂ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ପ୍ରଦୀପ ସେଠୀ ଙ୍କ ନାମ ନେଇ ଚର୍ଚ୍ଚା ଜୋର ଧରିଛି I ବିଜେଡିର ଅସନ୍ତୋଷ ପ୍ରାର୍ଥୀ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ବିଜେଡି ଦଳରୁ ଟିକେଟ ପାଇବା ପାଇଁ ବର୍ଷ ବର୍ଷ ଧରି ସଂଗଠନ କରି ଆସୁଛନ୍ତି I ବୀରମହାରାଜପୁର ବ୍ଲକ ସହିତ ଉଲୁଣ୍ଡା , ବିନିକା ଅଞ୍ଚଳରେ ମଧ୍ୟ ତାଙ୍କ ପତିଆରା ରହିଥିବା ଜଣାଯାଏ I ଦଳ ତାଙ୍କୁ ଟିକେଟ ନଦେବାରୁ ସେ ଏବଂ ତାଙ୍କ ସମର୍ଥକ ଙ୍କ ସହିତ ପ୍ରଥମେ ଦଳରୁ ଇସ୍ତଫା ଦେଇଥିଲେ ଏବଂ କିଛିଦିନ ପରେ ତାଙ୍କ ଇସ୍ତଫା ଗ୍ରହଣ ନ କରିବାକୁ ଦଳ ମୁଖିଆଙ୍କୁ ଅନୁରୋଧ କରି ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି I ସେହିପରି ବିଜେପି ର ଟିକେଟ ଆଶାୟୀ ଙ୍କର ସଂଖ୍ୟା ଏକାଧିକ ଥିବାବେଳେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ ତାଙ୍କ ସଂଗଠନ ଥିବା ଦର୍ଶାଇ ଟିକେଟ ପାଇଁ ଲବି କରିଥିଲେ l ହେଲେ ରଘୁନାଥ ଜଗଦଲା ଙ୍କ ଉପରେ ଦଳ ଭରସା କରି ତାଙ୍କୁ ଟିକେଟ ଦେଇଛି I ଶ୍ରୀ ବାରିକ ଙ୍କୁ ଟିକେଟ ନ ମିଳିବାରୁ ତାଙ୍କ ସମର୍ଥକମାନଙ୍କ ସହିତ ଅସନ୍ତୁଷ୍ଟ ହୋଇ ପ୍ରଥମେ ପ୍ରଥମେ ରଣ ହୁଙ୍କାର କରି ଏବେ ଚୁପ ବସିଥିବା ଜଣାପଡିଛି l ଏହି ବିଧାନସଭା ନିର୍ବାଚନ ରେ 4 /5 ଥର ହେଲା ତୃତୀୟ ସ୍ଥାନରେ ଲଗାତାର ରହିଆସୁଥିବା କଂଗ୍ରେସ ଦଳରେ ମଧ୍ୟ ଟିକେଟ ଆଶାୟୀ ଥିଲେ I ହେଲେ ଦଳ ଏକ ନବାଗତ ଉଦୀୟମାନ ଯୁବକ ପ୍ରଦୀପ ସେଠୀ ଙ୍କ ଉପରେ ଆସ୍ଥା ପ୍ରକଟ କରିଛି l ଦଳ ଟିକେଟ ଘୋଷଣା କରିବା ପରେ ବୀରମହାରାଜପୁର ଅଞ୍ଚଳର ବହୁ ପୁରୁଣା କଂଗ୍ରେସ କର୍ମୀ ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ , ସରପଞ୍ଚ , ବର୍ତ୍ତମାନ ସରପଞ୍ଚ , ବ୍ଲକ କଂଗ୍ରେସ କମିଟି ସଭାପତି ଆଦି ବିଭିନ୍ନ କାର୍ଯ୍ୟକର୍ତ୍ତା ପ୍ରମୁଖ ଜଣେ ପରେ ଜଣେ ଦଳରୁ ଇସ୍ତଫା ଦେବାରେ ଲାଗିଛନ୍ତି I ବିଶେଷ କରି ପୂର୍ବତନ ସୋନପୁର ବିଧାୟକ ବିନୋଦ ପାତ୍ର ଏ ଅଞ୍ଚଳରେ ସଂଗଠନ କରି ଆସୁଥିବା ବେଳେ ଦଳ ତାଙ୍କ ଉପରେ ଭରସା କରି ନ ଥିବାରୁ ଏଇ ଭଳି ସମସ୍ୟା ଦେଖାଦେଇଛି ବୋଲି ସାଧାରଣରେ ଆଲୋଚନା ହେଉଛି I ସମୟକୁ ଅପେକ୍ଷା କରିବା କଥା ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି I