Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିରେ ମିଶିଲେ ପ୍ରବୋଧ ତିର୍କୀ, ଟିକେଟ୍ କଟିବା ପରେ ଛାଡ଼ିଥିଲେ କଂଗ୍ରେସ

ସୋନପୁର: ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ସମାବେଶରେ ପଦ୍ମ ଧରିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁରରେ ଆଜି ଆୟୋଜିତ ସମାବେଶକୁ ଆସି ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି ପ୍ରବୋଧ। ଏହି ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୟନାରାୟଣ ମିଶ୍ରଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ଉଲ୍ଲେଖନୀୟ କଂଗ୍ରେସରେ ଯୋଗ ଦେବା ପରେ ପ୍ରବୋଧଙ୍କୁ ସୁନ୍ଦରଗଡ ଜିଲ୍ଲାର ତଲସରାରୁ ପ୍ରାର୍ଥୀ କରାଯାଇଥିଲା । ଏହା ପରେ ପ୍ରବୋଧ ନିଜର ସମର୍ଥକଙ୍କ ସହ ମିଶି ପ୍ରଚାର ବି ଆରମ୍ଭ କରି ଦେଇଥିଲେ । କେଉଁ ବ୍ଲକ ଏବଂ ଗାଁରେ ପ୍ରଚାରକୁ ଜୋରଦାର କରାଯିବ ତାର ବ୍ଲୁ ପ୍ରିଂଟ ମଧ୍ୟ ପ୍ରସ୍ତୁତ କରି ଦେଇଥିଲେ । ହେଲେ ପରେ ତାଙ୍କ ଟିକେଟ୍ କଟାଯାଇ ଦେବେନ୍ଦ୍ର ଭିଟାରିଆଙ୍କୁ ପ୍ରାର୍ଥୀ କରାଗଲା । ଦଳର ଏହି ନିଷ୍ପତି ତାଙ୍କୁ ବେଶ ଆଘାତ ଦେଇଥିଲା । ତାଙ୍କ ସହିତ ଦଳ ଏମିତି କରିବ ବୋଲି ସେ କେବେ ବି ଭାବି ନ ଥିଲେ । ମୋ ପାଇଁ ଅବିଚାର ହେଲା ବୋଲି ଟିକେଟ୍ କଟିବା ପରେ ପ୍ରବୋଧ କହିଥିଲେ । ଆଉ ସେ ଏପ୍ରିଲ ୨୦ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଆଉ ଆଜି ତାଙ୍କର ଠିକଣା ଓ ପରିଚୟ ବଦଳିଛି। ସେ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରବୋଧ କଂଗ୍ରେସରେ ଯୋଗ ଦେଇଥିଲେ । ରାଜନୀତିରେ ତଳସରା ଅଂଚଳ ଲୋକଙ୍କ ସେବା କରିବା ଉଦ୍ଦେଶ୍ୟରେ ସେ ଚାକିରି ବି ଛାଡି ଦେଇଥିଲେ । ଆଉ ଆଜି ଏହି ରାଜନୀତି ହିଁ ତାଙ୍କୁ ଧୋକା ଦେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ